ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଅଧ୍ୟକ୍ଷ ବିଜୟ ସାହୁଙ୍କ ଦେହାନ୍ତ, କୋଭିଡରେ ଥିଲେ ସଂକ୍ରମିତ

ଭୁବନେଶ୍ୱର: କୋଭିଡ ବୁଝୁନି ଟଙ୍କା ଓ ଟିକା । ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଅନେକ ଲୋକଙ୍କ ଜୀବନ ନେଇଗଲାଣି । କେତେବେଳେ ରାଜନେତା ତ ଆଉ କେତେବେଳେ ପୁଞ୍ଜିପତି । ଆଜି ମଧ୍ୟ ଏମିତି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ରାଜଧାନୀର ସବୁଠି ଦାମୀ ସ୍କୁଲ ଭାବେ ପ୍ରତିଷ୍ଠିତ ଲାଭ କରିଥିବା ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଅଧ୍ୟକ୍ଷଙ୍କ ଆଜି ପରଲୋକ ଘଟିଛି । କିଛି ଦିନ ତଳେ କୋଭିଡ ସଂକ୍ରମିତ ହୋଇ ଚିକିତ୍ସିତ ଥିବା ଡକ୍ଟର ବିଜୟ କୁମାର ସାହୁଙ୍କ ଆଜି ମଧ୍ୟାହ୍ନରେ ଦେହାନ୍ତ ହୋଇଛି ।

ସରକାରୀ ବିଦ୍ୟାଳୟରେ ଗୁଣବତ୍ତା ଶିକ୍ଷାଦାନ ଏବଂ ସଂସ୍କରଣ ଆଣିବା ଦିଗରେ ସର୍ବଦା ଚେଷ୍ଟାରତ ଥିଲେ ଡାକ୍ତର ବିଜୟ କୁମାର ସାହୁ । ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ କରିଆସୁଥିଲେ ସେ । ରାଜ୍ୟରେ ଶିକ୍ଷାଦାନରେ ଉନ୍ନତି ଆଣିବାରେ ତାଙ୍କ ଭୂମିକା ସର୍ବଦା ପ୍ରଶଂସନୀୟ  । କୋଭିଡରେ ସଂକ୍ରମଣ ପରେ ବିଜୟ ସାହୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ  । କିନ୍ତୁ ହଠାତ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଆସିଥିଲେ  । ଏବଂ ୫୭ ବର୍ଷ ବୟସରେ଼ ଡ଼କ୍ଟର ବିଜୟ କୁମାର ସାହୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି  ।

ଡକ୍ଟର ବିଜୟ ସାହୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଭୀର ଶୋକବ୍ୟକ୍ତ କରିଛନ୍ତି  । ଏଥି ସହିତ ତାଙ୍କ ପରିବାରଲୋକଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ    । ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ବିଜୟ ସାହୁଙ୍କ ପ୍ରତିଭା ଏବଂ ପରାକାଷ୍ଠାକୁ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି  । ଶିକ୍ଷା ପ୍ରତି ତାଙ୍କର ଅବଦାନ ସର୍ବଦା ଅବିସ୍ମରଣୀୟ ଏବଂ ପ୍ରଶଂସନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସେହିପରି ରାଜ୍ୟ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ବିଜୟ ସାହୁଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିବା ସହ ତାଙ୍କ ଅମ୍ଲାନ ସ୍ମୃତିକୁ ମନେ ପକାଇଛନ୍ତି  ।

Leave a Reply