spot_img

Latest Posts

ନନ୍ଦିଘୋଷ ଟିଭିରେ ପ୍ରସାରଣ ପରେ ଚେତିଲା ପୋଲିସ, ୪ ଦିନରେ ଧରାପଡ଼ିଲା ଚେନ୍‌ ଲୁଟେରା

ଢ଼େଙ୍କାନାଳ: ନନ୍ଦିଘୋଷ ଟିଭିର ମହା ପ୍ରଭାବ। ଖବର ପ୍ରସାରଣର ୪ ଦିନ ଭିତରେ ବନ୍ଧାହେଲେ ଚେନ ଲୁଟେରା। ଆଉ ଏବେ ପୋଲିସର ଟାର୍ଗେଟ ରେ ଧଳା ଜହର ବେପାରୀ। ଏପଟେ ଚେନ ଲୁଟେରାଙ୍କୁ ଧରିବା ନେଇ ନନ୍ଦିଘୋଷ ଟିଭିକୁ ଧନ୍ୟବାଦ ଦେଇଛନ୍ତି ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ। ଦୀର୍ଘ ୨ ବର୍ଷ ଧରି ଧଳା ଜହାର ଓ ଚେନ ଲୁଟେରାଙ୍କ ଆତଙ୍କ ରେ ଆତଙ୍କିତ ଥିଲେ ଢେ଼ଙ୍କାନାଳ ବାସୀ।

ଦିନକୁ ଦିନ ସହର ରେ ଧଳା ଜହର ବେପାର ବଢିବା ସହିତ ସୁନା ଚେନ ଲୁଟେରା ଗ୍ୟାଙ୍ଗ ଲୋକଙ୍କ ସମସ୍ୟା କୁ ଦ୍ୱିଗୁଣିତ କରିଥିଲା। ସାଧାରଣ ମହିଳା ଟିଏ ଘରୁ ବାହାରିବା ସମୟରେ ନିଜକୁ ସୁରକ୍ଷିତ ମଧ୍ୟ ମଣୁ ନଥିଲେ। ଥାନାରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିଲା। ଏନେଇ ଗତ କିଛିଦିନ ତଳେ ଚେନ ଲୁଟେରା ଓ ଧଳା ଜହର କାରବାରର ଖବର ନନ୍ଦିଘୋଷ ଟିଭି ରେ ପ୍ରସାରଣ ହୋଇଥିଲା।

ଯାହାକୁ ନେଇ ଚେତିଛି ପୋଲିସ ବିଭାଗ। ନୂତନ ଭାବେ ଯୋଗ ଦେଇଥିବା ଏସ୍‌ପି ଘଟଣାକୁ ଗମ୍ଭୀର ସହିତ ନେଇ ଆରମ୍ବ କରିଥିଲେ ଖୋଲତାଡ଼। ମାତ୍ର ୪ ଦିନ ଭିତରେ ଧରିଥିଲେ ଚେନ ଲୁଟେରାକୁ।

Latest Posts

Don't Miss