ତାଳସାରୀରେ ବୁଡ ପକାଇ ବ୍ରତ ସମାପନ କଲେ ଚଡକ ଯାତ୍ରା ଶ୍ରଦ୍ଧାଳୁ

ବାଲେଶ୍ବର: ଆଜି ମହାବିଷୁବ ସଂକ୍ରାନ୍ତି । ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ ଦେଇ ତିଳତର୍ପଣ କରିବା ପରମ୍ପରା ରହିଛି । ସୂର୍ଯ୍ୟୋଦୟ ସମୟରେ ସାଗର କିମ୍ୱା ନଦୀ କୂଳରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବା ସହ ଅଞ୍ଜଳିରେ ତିଳ ଓ ଜଳ ନେଇ ସେହି ବ୍ୟକ୍ତି ନାମରେ ଅର୍ପଣ କରିଯାଇଥାଏ ।

ଗତକାଲି ଚନ୍ଦନେଶ୍ଵର ଚଡକ ଯାତ୍ରାକୁ ଆସିଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତାଳସାରୀରେ ବୁଡ ପକାଇ ନିଜ ବ୍ରତ ସମାପନ କରିବା ସହିତ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ପିଣ୍ଡଦାନ କରିଛନ୍ତି ।

ଚଡକ ଯାତ୍ରାର ଶେଷ ଦିନରେ ଜନସମୁଦ୍ର ପାଲଟିଛି ଚନ୍ଦନେଶ୍ବର ଶୈବପୀଠ । ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ବ୍ରତଧାରୀମାନେ ୧୩ ଦିନ ଧରି ପଇତା ଧାରଣ କରି ନିର୍ଜଳା ଉପବାସ କରିଥାନ୍ତି । ରାତ୍ରିରେ ଅର୍ଘ୍ୟ ପ୍ରଦାନ ପରେ ହବିଷ ସେବନ କରିଥାନ୍ତି । ଚଳିତ ବର୍ଷ ମେଳାକୁ ସୁଚାର ରୁପେ ପରିଚାଳନା କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭକ୍ତଙ୍କ ସ୍ବାସ୍ଥ୍ୟସବୋ ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବର ମଧ୍ୟ ଖୋଲିଛି ପ୍ରଶାସନ ।