ଲୋକଙ୍କୁ ଛାଡ଼ୁନି ମାଗଣା ମୋହ: ବିଜୁଳି ଜାଳୁଛନ୍ତି, ବିଲ୍‌ ଦେଉନାହାନ୍ତି

ଭୁବନେଶ୍ୱର: ବକେୟା ବିଦ୍ୟୁତ ବିଲ୍‌ ନେଇ ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ପ୍ରେସମିଟ୍ । କହିଲେ, ସେସୁର ଆର୍ଥିକ ଅବସ୍ଥା ଭଲ ନାହିଁ । ଆମେ ଚେଷ୍ଟା କରୁଛୁ ଭଲ ସେବା ଦେବାପାଇଁ ହେଲେ ଆମେ ବିଫଳ ହେଉଛୁ । କାରଣ ବର୍ଷ ବର୍ଷ ଧରି ଲୋକ ବିଜୁଳି ଦେୟ ଦେଉନାହାନ୍ତି । ସାରା ରାଜ୍ୟରେ ୧୯୭୧ କୋଟି ଟଙ୍କା ବକେୟା ରହିଛି । ୫୮ ହଜାର ଉପଭୋକ୍ତାଙ୍କ ଉପରେ ୫୦ ହଜାର ଟଙ୍କାରୁ ଅଧିକ ବାକି ଅଛି । ୧୦୪୦୦୦ ଉପଭୋକ୍ତା ଗତ ୨ ବର୍ଷ ହେଲା ବିଜୁଳି ବିଲ ଦେଇନାହାନ୍ତି । ଏ ବାବଦରେ ୩୯୪ କୋଟି ଟଙ୍କା ବାକି ଅଛି । ଘରୋଇ ଉପଭୋକ୍ତା ୯୨% ଲୋକ ୧୦୨୩ କୋଟି ବାକି ରଖିଛନ୍ତି । ୭.୧% ବାଣିଜ୍ୟିକ ଉପଭୋକ୍ତାଙ୍କ ଉପରେ ୧୦୮ କୋଟି ବାକେୟା ଥିବା କହିଛନ୍ତି ସେସୁ ସିଇଓ । ବୋଥ୍ରାଙ୍କ ଏହି ସୂଚନାରୁ ଲୋକେ ବିଜୁଳି ଜାଳୁଛନ୍ତି ହେଲେ ବିଲ୍‌ ଦେଉନଥିବା ସ୍ପଷ୍ଟ ଅନୁମେୟ ।

ଦେୟ ଦେବାକୁ ଚାହିଁଲେ ୬ଟି ଇନ୍‌ଷ୍ଟଲମେଣ୍ଟରେ ଦେଇପାରିବେ । ଏଥିପାଇଁ ଆବେଦନ କରିବାକୁ ପଡ଼ିବ । ସେସୁରେ ୭ଲକ୍ଷ ଉପଭୋକ୍ତାଙ୍କ ଅଛନ୍ତି । ବକେୟା ଥିବା ୨୯୦ କୋଟି ଉପରେ ବିବାଦ ରହିଥିବାବେଳେ ୧୭୦୦ କୋଟି ଟଙ୍କାରେ କିଛି ବିବାଦ ନାହିଁ ।ବକେୟା ପଇଠ ନକଲେ ବିଦ୍ୟୁତ ସଂଯୋଗ କଟାଯିବ ବୋଲି କହିଛନ୍ତି ସେସୁ କର୍ତ୍ତୃପକ୍ଷ । ୧୫ ଜାନୁଆରୀ ସୁଦ୍ଧା ପଇଠ ନକଲେ ୧୬ ଜାନୁଆରୀରେ ବିଦ୍ୟୁତ ସଂଯୋଗ କଟାଯିବ । ଏସଏମଏସ ଯିବ, ଖବରକାଗଜରେ ବିଜ୍ଞାପନ ଦିଆଯିବ । ପଂଚାୟତ ଅଫିସ । ପୋଲିସ ଷ୍ଟେସନରେ ନୋଟିସ ଲଗାଯିବ ।

Leave a Reply