ଖୁବ୍ ଶୀଘ୍ର ଭାରତରେ ଲଞ୍ଚ୍ ହେବ ସର୍ଭିକାଲ କ୍ୟାନସର ପାଇଁ ସ୍ବଦେଶୀ ଟିକା

1 min read

ନୂଆଦିଲ୍ଲୀ: ସର୍ଭିକାଲ କ୍ୟାନସରର ଉପଚାର ପାଇଁ ଦେଶରେ ଖୁବ୍ ଶୀଘ୍ର ଉପଲବ୍ଧ ହେବ ଟିକା । ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ -ଏସଆଇଆଇ ଭାରତର ପ୍ରଥମ ଟିକା ବିକଶିତ କରିଛି । କ୍ବାଡ୍ରିଭାଲେଁଣ୍ଟ ହ୍ୟୁମାନ ପାପିଲୋମା ଭାଇରସ୍ ନାମକ ଏହି ଟିକା ଉପରେ ସବଜେକ୍ଟ ଏକ୍ସପର୍ଟ କମିଟି ଆଲୋଚନା କରିବ । ମାର୍କେଟ ଅଥୋରାଇଜେସନ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆରେ ଆବେଦନ କରାଯାଇଛି ।

ସବୁ ବୟସବର୍ଗ ପାଇଁ ଏହି ଟିକା ଫଳପ୍ରଦ ହେବ ବୋଲି ଆବଦେନରେ ଦର୍ଶାଯାଇଛି । ଅନୁମତି ମିଳିଲେ ଏହି ଟିକା ଚଳିତ ବର୍ଷ ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହେବ । ଏହି ଟିକା ଦେଶୀୟ ଜ୍ଞାନକୌଶଳରେ ପ୍ରସ୍ତୁତ ଭାରତର ପ୍ରଥମ ସର୍ଭିକାଲ କ୍ୟାନସର ଟିକା । ବାୟୋ ଟେକ୍ନୋଲୋଜି ବିଭାଗର ସହାୟତାରେ ଦୁଇ ତିନି ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପରେ ଟିକା ପାଇଁ ବଜାର ଅନୁମତି ଲୋଡିଛି ସେରମ । ପ୍ରତିବର୍ଷ ଭାରତରେ ଲକ୍ଷ ଲକ୍ଷ ମହିଳା ସର୍ଭିକାଲ କ୍ୟାନସରରେ ପୀଡିତ ହୁଅନ୍ତି ।