spot_img

Latest Posts

ସାର୍ଟିଫିକେଟରେ ମାର୍କ ୯୫ପ୍ରତିଶତରୁ ଅଧିକ, ହେଲେ ଇଂରାଜୀ ଲେଖିପାରୁନାହାଁନ୍ତି

ସମ୍ବଲପୁର: ସାର୍ଟିଫିକେଟରେ ମାର୍କ ୯୫ପ୍ରତିଶତରୁ ଅଧିକ ହେଲେ ଲେଖିଲା ବେଳକୁ ଭୁଲ୍ ଭାଲ୍ ଲେଖୁଛନ୍ତି। ସମ୍ବଲପୁର ଡାକ ବିଭାଗରେ ନକଲି ସାର୍ଟିଫିକେଟ୍। ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା ୬ଜଣ ଆଶାୟୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ପରେ ସେମାନଙ୍କ ସାର୍ଟିଫିକେଟକୁ ନେଇ ସନ୍ଦେହ ଉପୁଜିଥିଲା।

ଓଡିଆ ଏବଂ ଇଂରାଜୀ ବିଷୟରେ ୯୫ପ୍ରତିଶତରୁ ଅଧିକ ଲେଖାଏଁ ମାର୍କ ପାଇଥିବାରୁ ସନ୍ଦେହ ହୋଇଥିଲା। ଏହାପରେ ସମ୍ବଲପୁର ଡାକ ବିଭାଗର ଅଧ୍ୟକ୍ଷ ୬ଜଣ ଆଶାୟୀଙ୍କର ଇଂରାଜୀ ଓ ଓଡ଼ିଆରେ ପରୀକ୍ଷା କରିଥିଲେ । ହେଲେ ପରୀକ୍ଷା ବେଳେ ସେମାନେ ଇଂରାଜୀରେ ଅନେକ ଭୁଲ ଲେଖିଥିଲେ । ଯାହାକୁ ନେଇ ସନ୍ଦେହ ବଢ଼ିବାରୁ ସେମାନଙ୍କ ନାଁରେ ଟାଉନ ଥାନାରେ ଏତଲା ଦେଇଥିଲେ।

ସମ୍ବଲପୁର ଡାକ ବିଭାଗରେ ବାହାରିଥିବା ୯୬ଟି ପଦବୀ ପାଇଁ ଅନେକ ଆଶାୟୀ ସାରା ରାଜ୍ୟରୁ ଆବେଦନ କରିଥିଲେ। ତେବେ ଆଶାୟୀ ୬ଜଣ ଉତ୍ତରପ୍ରଦେଶରେ ହିନ୍ଦୀ ବୋର୍ଡରେ ପାଠ ପଢିଥିବା କଥା ଉଲ୍ଲେଖ କରିଥିଲେ। ସେହିପରି ସେମାନଙ୍କ ସାର୍ଟିଫିକେଟରେ ଓଡିଆ ଏକ ବିଷୟ ବୋଲି ଉଲ୍ଲେଖ ରହିଛି। ଯାହା ନକଲି କାରବାର ହୋଇଥିବା ନେଇ ସନ୍ଦେହ ବଢାଇଥିଲା। ଘଟଣାରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି ।

Latest Posts

Don't Miss