ଏଭଳି ଭୁଲ୍‌ କଲେ ବନ୍ଦ ହୋଇଯିବ ଟିଭି ଚ୍ୟାନେଲ

1 min read

ନୂଆଦିଲ୍ଲୀ:  ଜାହାଙ୍ଗୀରପୁର ହିଂସା ଏବଂ ୟୁକ୍ରେନ୍‌ ସମ୍ବଦ୍ଧିତ କଭରେଜକୁ ନଜରରେ ରଖି କେନ୍ଦ୍ର ସରକାର ଶନିବାର ସମସ୍ତ ଟିଭି ଚ୍ୟାନେଲକୁ ଏକ କଡ଼ା ଚେତାବନୀ ଦେଇଛନ୍ତି । ଯଦି କୌଣସି ଟିଭି ଚ୍ୟାନେଲ ଆପତ୍ତିଜନକ, ଭ୍ରମାତ୍ମକ ବା କୌଣସି ତଥ୍ୟ ଯାହା  ନିୟମର ଉଲଙ୍ଘନ କରୁଥିବ, ଯଦି ସେହିଭଳି କିଛି ଦୃଶ୍ୟ ଦେଖାନ୍ତି ତେବେ ଉକ୍ତ ଟିଭି ଚ୍ୟାନେଲ ବନ୍ଦ ହୋଇଯିବ ।

ଋଷ୍‌ ୟୁକ୍ରେନ୍‌ ଯୁଦ୍ଧ, ଉତ୍ତର- ପଶ୍ଚିମ ଦିଲ୍ଲୀର କିଛି ଘଟଣା, କିଛି ବିତର୍କ ଉରକୁ ଯାଇଥିଲା କେନ୍ଦ୍ର ସରକାରଙ୍କ ନଜର ।  ମିନିଷ୍ଟ୍ରି ଅଫ୍‌ ଇନଫର୍ମେସନ୍‌ ଆଣ୍ଡ୍‌ ବ୍ରଡକାଷ୍ଟିଂର ଅଧିକାରୀଙ୍କ କହିବା ହେଉଛି ନିକଟ ଅତୀତରେ ଏହିଭଳି କିଛି ଘଟଣା ସାଟେଲାଇଟ୍‌ ଚ୍ୟାନେଲ ଗୁଡ଼ିକରେ ଦେଖିବାକୁ ମିଳିଛି, ଯାହା ବିଭ୍ରାନ୍ତିକର, ସମ୍ବେଦନଶୀଳ, ସମାଜ ପାଇଁ ଅଗ୍ରାହ୍ୟ, ସୁଶାସନର ଅପମାନ,ଅଶ୍ଲୀଳ, ଅପମାନଜନକ ଏବଂ ସାମ୍ପ୍ରଦାୟିକତାର ଉଲଙ୍ଘନ  । ଆଡଭାଇଜାରି ଅନୁସାରେ, ଟେଲିଭିଜନ ନେଟଓ୍ୱର୍କ ଅଧିନିୟମ, ୧୯୯୫ର ଧାରା ୨୦, ଟିଭି ଚ୍ୟାନେଲ ଗୁଡ଼ିକ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ । ତେଣୁ ଯଦି କୌଣସି ଟିଭି ଚ୍ୟାନେଲ ଉପଯୁକ୍ତ ନିୟମାବଳୀ ପାଳନ ନ କରନ୍ତି ତେବେ ତାଙ୍କୁ ସେହି ପଦକ୍ଷେପ ମହଙ୍ଗା ପଡ଼ିବ ।

ଋଷିଆ ୟୁକ୍ରେନ୍‌ ଯୁଦ୍ଧକୁ ନେଇ ସରକାର କହିଛନ୍ତିଯେ, ଏଭଳି କିଛି ହେଡଲାଇନ୍, ଟ୍ୟାଗଲାଇନ ଏବଂ ମିଥ୍ୟା ତଥ୍ୟ ଉପସ୍ଥାପନ କରାଯାଇଛି ଯାହା  ଖବର ସହିତ ସମ୍ପୂର୍ଣ୍ଣ ଜଡ଼ିତ ନୁହେଁ । କିଛି ଚ୍ୟାନେଲର ଆଙ୍କର ଏବଂ ରିପୋର୍ଟର ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ମନଗଢ଼ା କଥା ସବୁ କହିଥିଲେ । ଠିକ୍‌ ସେହିଭଳି ଘଟଣା ଜାହାଙ୍ଗୀରପୁରୀ ମାମଲାରେ ମଧ୍ୟ ଦେଖିବାକୁ ମିଳିଛି । ଯାହା ଆଡଭାଇଜରିଙ୍କ ନଜରକୁ ଆସିଛି । କିଛି ଚ୍ୟାନେଲ ହିଂସା ଉସୁକାଉଥିବା ଦେଖିବାକୁ ମିଳିଛି । ଏହା ସହିତ ଖବରରେ ତଡ଼କା ଦେବାପାଇଁ ଭ୍ରମାତ୍ମକ ହେଡଲାଇନର ବ୍ୟବହାର ହୋଇଛି । ତେବେ ଯଦି ପୁନର୍ବାର କୌଣସି ଟିଭି ଚ୍ୟାନେଲ ଏଭଳି ଭୁଲ୍‌ କରନ୍ତି ତେବେ ତୁରନ୍ତ ସେହି ଚ୍ୟାନେଲକୁ ବନ୍ଦ କରି ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ସରକାର ।