କରୋନାର ଓମିକ୍ରନ ଭାରିଏଣ୍ଟକୁ ନେଇ ସତର୍କ କରାଇଲା କେନ୍ଦ୍ର

2 New Omicron Cases Detected In Odisha

ଭୁବନେଶ୍ୱର: ଓମିକ୍ରନ ଭାରିଏଣ୍ଟକୁ ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ଓମିକ୍ରନ କରୋନାର ସବୁଠାରୁ ମାରାତ୍ମକ ଡେଲଟା ଭାରିଏଣ୍ଟ ତୁଳନାରେ ୩ ଗୁଣ ଅଧିକ ସଂକ୍ରାମକ । ୩ ଗୁଣା ଅଧିକ ଗତିରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରିବ । ସଂକ୍ରମଣକୁ ରୋକିବା ପାଇଁ ତୁରନ୍ତ ୱାର ରୁମ୍‌ ଗୁଡ଼ିକୁ ଆକ୍ଟିଭ କରନ୍ତୁ ବୋଲି କେନ୍ଦ୍ର ସରକାର ଚିଠି ଲେଖିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ଓମିକ୍ରନ ବ୍ୟତୀତ ଦେଶରେ ଡେଲ୍ଟା ଭାରିଏଣ୍ଟ ମଧ୍ୟ ସକ୍ରିୟ ରହିଛି । ଆବଶ୍ୟକ ହେଲେ ନାଇଟ୍ କର୍ଫ୍ୟୁ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

Centre Warns States Concerning Omicron Varinat Of Corona

ତେଣୁ ସ୍ଥାନୀୟ ଓ ଜିଲ୍ଲା ସ୍ତରରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଟେଷ୍ଟିଂ ଓ କଣ୍ଟେନମେଣ୍ଟକୁ ଜୋରଦାର କରିବାକୁ ହେବ । ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ ଜିଲ୍ଲା ସ୍ତରରେ ସଂକ୍ରମଣକୁ ରୋକିବା ପାଇଁ ଉପଯୁକ୍ତ ନିଷ୍ପତ୍ତି ନେବା ଉଚିତ୍ । ଭାଇରସ୍ କାୟା ବିସ୍ତାର କରିବା ପୂର୍ବରୁ ସବୁ ପ୍ରକାରର ପ୍ରସ୍ତୁତି ଶେଷ କରିବାକୁ କେନ୍ଦ୍ର ସରକାର ଚିଠିରେ କହିଛନ୍ତି । ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ ଆସୁଛି । ଏହି ସମୟରେ ଭିଡ଼ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଗୁଆ ରାଜ୍ୟମାନଙ୍କୁ ସତର୍କ କରାଇ ଦେଇଛନ୍ତି ।

Leave a Reply