ଆସୁଛି ଆଉ ଏକ ସ୍ୱଦେଶୀ ଟିକା, ୩୦କୋଟି ଡୋଜ୍ ବୁକ୍

1 min read

ନୂଆଦିଲ୍ଲୀ: ଖୁବଶୀଘ୍ର ଆସୁଛି ଆଉ ଏକ ସ୍ୱଦେଶୀ ଟିକା । ଭାରତ ବାୟୋଟେକର କୋଭାକ୍ସିନ ଟିକା ପରେ ବାୟୋଲୋଜିକାଲ-ଇ ଆଣୁଛି କୋଭିଡ ଟିକା । ଟିକାକରଣକୁ ପରିବ୍ୟାପ୍ତ କରିବାକୁ କେନ୍ଦ୍ର ସରକାର ମଧ୍ୟ ୩୦କୋଟି ଡୋଜ୍ ବୁକ୍ କରିସାରିଛନ୍ତି ।

ସୂଚନା ଅନୁଯାୟୀ, ହାଇଦ୍ରାବାଦ ସ୍ଥିତ ବାୟୋଲୋଜିକାଲ-ଇର ଭ୍ୟାକ୍ସିନ ଏବେ କ୍ଲିନିକାଲ ଟ୍ରାଏଲରେ ଅଛି। ବାୟୋଲୋଜିକାଲ-ଇର ଭ୍ୟାକ୍ସିନ ଏବେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଅଛି। ଏହା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ସଫଳତା ହାସଲ କରିବା ପରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟିକା ନିର୍ମାଣକାରୀ ସଂସ୍ଥାକୁ ୧୫ଶହ କୋଟି ଆଡଭାନ୍ସ ଦେବାକୁ ପଡିବ ।

ବାୟୋଲୋଜିକାଲ-ଇର ଭ୍ୟାକ୍ସିନ ଆସିଲେ ଏହା ଦ୍ୱିତୀୟ ମେଡ-ଇନ୍ ଇଣ୍ଡିଆ ଭ୍ୟାକ୍ସିନ ହେବ। ଅଗଷ୍ଟରୁ ଡିସେମ୍ବର ୨୦୨୧ ମଧ୍ୟରେ କମ୍ପାନୀ ଟିକା ପ୍ରସ୍ତୁତ ସହ ଷ୍ଟକ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଆଗାମୀ ୩ ମାସ ମଧ୍ୟରେ ଏହି ଟିକା ଉପଲବ୍ଧ ହେବାର ସମ୍ଭାବନା ରହିଛି ।

 

Leave a Reply