ଓଡ଼ିଶା ସରକାରଙ୍କ ମୋ ସରକାରକୁ ଅନୁକରଣ କରିବେ ଅନ୍ୟ ରାଜ୍ୟ, କେନ୍ଦ୍ର କଲା ସୁପାରିସ୍

1 min read
Centre Recomends Odisha's Mo Sarkar System To Other States

ଭୁବନେଶ୍ୱର: ଦୁର୍ନୀତିରେ ଛନ୍ଦି ହୋଇ ୧୫୧ଜଣ ସରକାରୀ ବାବୁ ଏହା ମଧ୍ୟରେ ଚାକିରିରୁ ବିଦା ହେଲେଣି । ଆଗକୁ ଆହୁରି ଗଡ଼ିବ ମୁଣ୍ଡ । କାରଣ ଏତେ କାର୍ଯ୍ୟାନୁଷ୍ଠାନ ଯୋଗୁ ନୂଆ ନୂଆ ଚାକିରି କରୁଥିବା ବାବୁଙ୍କୁ ଭୟ ଘାରିଛି ସତ, କିନ୍ତୁ ଚାକିରି ଜୀବନରେ ପୁଳା ପୁଳା କଳାଧନ ଅର୍ଜନ କରିଥିବା ପୁରୁଣା ବାବୁଙ୍କ ତାଲିକା ବଢ଼ିବାରେ ଲାଗିଛି । ସରକାରୀ ଚାକିରି ଆୟରେ ସେମାନେ କିପରି କୋଟିପତି ହେଲେ, ସେ ହିସାବ ନାହିଁ । ତେବେ ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାନୁଷ୍ଠାନର ଚର୍ଚ୍ଚା ଏବେ ସାରା ଦେଶରେ ଚାଲିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ମଧ୍ୟ ପ୍ରଶଂସା କରିଛି ।

 Centre Recomends Odisha's Mo Sarkar System To Other States

ଚାକିରିରୁ କଳାଧନ ଅର୍ଜିଥିବା ସରକାରୀ ବାବୁଙ୍କୁ 5T ଛାଟରୁ ନିସ୍ତାର ନାହିଁ । ସେମାନେ ଦାୟିତ୍ୱ ନେବା ସମୟରେ କେବଳ ତଳିଆ କର୍ମଚାରୀଙ୍କ ଦୁର୍ନୀତି ଧରା ଯାଉଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଯୋଗୁ ବଡ଼ବଡ଼ିଆ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବି ଧରା ପଡୁଛନ୍ତି । କେଉଁଠି ପୋଲିସ ବାବୁ କୋଟିପତି ହୋଇ ଦାମୀ ବିଏମଡବ୍ଲୁ ଗାଡ଼ି ଚଢୁଛନ୍ତି ତ କେଉଁଠି ରୋଗୀ ସେବା କରୁ କରୁ ଡାକ୍ତର ହୋଇଯାଇଛନ୍ତି ଅମାପ ସମ୍ପତ୍ତିର ଅଧିକାରୀ । କେମିତି ଏମାନେ କୋଟି କୋଟି ଟଙ୍କାରେ ଖେଳିଲେ ? ଜବାବ ନାହିଁ । ଚାକିରି ଗଲା, ଲାଞ୍ଚୁଆ ଜେଲ୍ ଗଲେ । ଏହି ସଂଖ୍ୟା ଆହୁରି ବଢ଼ିବ । କାରଣ ଏମାନେ 5T ସ୍କାନରରେ ଅଛନ୍ତି ।

ଏବେ ସରକାରୀ ଚାକିରିରେ ଯୋଗ ଦେଉଥିବା କର୍ମଚାରୀ ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ନୀତି ଦେଖି ଲାଞ୍ଚ ନେବାକୁ ଭୟ କଲେଣି । ଆଇନ୍ ଆଖିରେ ଆଙ୍ଗୁଠି ଗେଞ୍ଜି କଳା ସାମ୍ରାଜ୍ୟ ବିସ୍ତାର କରିଥିବା ସରକାରୀ ବାବୁ ଧିରେ ଧିରେ ଭୟ ଭିତରକୁ ଆସିଲେଣି । କାରଣ ସେମାନେ ଭଲ ଭାବେ ଜାଣନ୍ତି, ହୁଏତ ପରଦିନ ସକାଳେ ସେମାନଙ୍କ ପାଳି ପଡ଼ି ପାରେ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଓଡ଼ିଶା ସରକାରଙ୍କ ମୋ ସରକାର ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏହାର ସମୀକ୍ଷା ପରେ ସବୁ ରାଜ୍ୟକୁ ସମାନ ଫିଡବ୍ୟାକ ଶୈଳୀ କରିବାକୁ ସୁପାରିସ୍ କରାଯାଇଛି । ଯାହା ପୋଲିସର ପ୍ରଦର୍ଶନରେ ସୁଧାର ଆଣିବାରେ ସହାୟକ ହେବ ।

 Centre Recomends Odisha's Mo Sarkar System To Other States

ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ହେଉଛି । ବିନା ପ୍ରମାଣରେ କାହାକୁ ହଇରାଣ କରିବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ନୁହେଁ । ଠକ, ଲାଞ୍ଚୁଆ ଓ ଦୁର୍ନୀତିଖୋରଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଯୋଗାଡ଼ କରିବା ପରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । କାରଣ ଚାକିରିରୁ ବରଖାସ୍ତ ଓ ପେନସନ୍ ବନ୍ଦ ପରି ବଡ଼ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଛୋଟ କଥା ନୁହେଁ । ଏହି ଆଭିମୁଖ୍ୟ କୋର୍ଟରେ ବି ଲାଞ୍ଚୁଆଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସହାୟକ ହେବ । ଯାହା ଆଇନସମ୍ମତ । ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ସାରା ଦେଶକୁ ସ୍ୱଚ୍ଛ ଶାସନର ମାର୍ଗ ଦେଖାଇଛି । ପୁଳାପୁଳା କଳା ଧନ ରଖି ଅବସର ଜୀବନ ଶାନ୍ତିରେ ବିତାଇବାର ସ୍ୱପ୍ନ ଦେଖୁଥିବା ସରକାରୀ ବାବୁଙ୍କୁ ଏବେ ନିଦ ଆସୁନି । ତେବେ ନୂଆ ସରକାରୀ ବାବୁଙ୍କୁ ସ୍ୱଚ୍ଛ ପ୍ରଶାସନ ଦିଗରେ କାମ କରିବାର ଆତ୍ମବିଶ୍ୱାସ ଯୋଗାଉଛି 5T ।

Leave a Reply