କେନ୍ଦ୍ର ଜାରି କଲା ଟିକାକରଣ କାର୍ଯ୍ୟକ୍ରମ ପାଇଁ ନୂଆ ଗାଇଡ୍ ଲାଇନ୍, ଘରୋଇ ହସ୍ପିଟାଲରେ ମାଗଣା ଟିକା ପାଇଁ ଗରିବଙ୍କୁ ଇ-ଭାଉଚର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଦେଶର ସବୁ ନାଗରିକଙ୍କୁ କେନ୍ଦ୍ର ସରକାର ମାଗଣା କରୋନା ଟିକା ଦେବେ ବୋଲି ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ଗୋଟିଏ ଦିନ ପରେ ଅର୍ଥାତ ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଟିକାକରଣ କାର୍ଯ୍ୟକ୍ରମର ନୂଆ ଗାଇଡ୍ ଲାଇନ୍ ଜାରି କରିଛି । ଏହି ନୂଆ ଗାଇଡ୍ ଲାଇନ୍ ୨୧ ତାରିଖରୁ ଲାଗୁ ହେବ ।

ନୂଆ ଗାଇଡ୍ ଲାଇନ୍ ଅନୁସାରେ କେନ୍ଦ୍ର ସରକାର ଟିକା ତିଆରି କରୁଥିବା କମ୍ପାନିଙ୍କଠାରୁ ୭୫ ପ୍ରତିଶତ ଟିକା କିଣି ରାଜ୍ୟଙ୍କୁ ମାଗଣାରେ ଦେବେ । କିନ୍ତୁ ସର୍ତ୍ତ ହେଉଛି ରାଜ୍ୟଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ, ଯେପରି ଟିକା ନଷ୍ଟ ନହୁଏ । ଟିକା ନଷ୍ଟ ହେଲେ ରାଜ୍ୟଙ୍କୁ ହେଉଥିବା ଯୋଗାଣ ପ୍ରଭାବିତ ହେବ । ଏହା ସହିତ ଗାଇଡଲାଇନରେ ଏହା କୁହଯାଇଛି ଯେ, ଘରୋଇ ଡାକ୍ତରଖାନା କିଣିବାକୁ ଥିବା ଟିକାର ଦାମ ଟିକା କମ୍ପାନୀ ନିର୍ଧାରିତ କରିବେ ।

କେନ୍ଦ୍ର ପକ୍ଷରୁ ରାଜ୍ୟ ଟିକା ପାଇଲା ପରେ କେଉଁମାନଙ୍କୁ ପ୍ରାଥମିକତା ଭିତିରେ ଟିକା ଦିଆଯିବ ତାହା ରାଜ୍ୟ ନିର୍ଧାରିତ କରିବେ । ପ୍ରାଥମିକତା ତାଲିକାର ଶୀର୍ଷରେ ସ୍ୱାସ୍ଥ୍ୟ କର୍ମୀ ରହିବେ । ଏହାପରେ ତାଲିକାରେ ୪୫ ବର୍ଷରୁ ଅଧିକ ବୟସ୍କ ରହିବେ । ତୃତୀୟରେ ଦ୍ୱିତୀୟ ଡୋଜ୍ ଟିକା ପାଇଁ ଅପେକ୍ଷାରେ ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦେବାକୁ ହେବ । ଏହାପରେ ୧୮ ବର୍ଷ ବୟସ୍କଙ୍କ ନମ୍ବର ଆସିବ ।

ନୂଆ ଗାଇଡଲାଇନରେ ଏହା ମଧ୍ୟ ରହିଛି

  • ରାଜ୍ୟଙ୍କୁ ସେମାନଙ୍କ ଜନସଂଖ୍ୟା,ସଂକ୍ରମିତଙ୍କ ସଂଖ୍ୟା ଓ ଟିକାକରଣରେ ପ୍ରଗତୀ ଆଧାରରେ କେନ୍ଦ୍ର ଡୋଜ୍ ଦେବ । ଟିକା ଯେମିତି ନଷ୍ଟ ନହେବ ତାହା ଦେଖିବା ରାଜ୍ୟଙ୍କ କାମ ରହିବ ।
  • ଗୋଟିଏ ରାଜ୍ୟକୁ କେତେ ଡୋଜ୍ ଟିକା ମିଳିବ ସେ ବାବଦରେ ରାଜ୍ୟକୁ ଆଗୁଆ କେନ୍ଦ୍ର ଜଣାଇବ । ଏହି ତଥ୍ୟ ଆଧାରେ ରାଜ୍ୟ ନିଜ ନିଜ ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ଚଳାଇବେ । ଜିଲ୍ଲା ଓ ଟିକାକରଣ କେନ୍ଦ୍ର ସେମାନଙ୍କ ପାଖରେ ଥିବା ଟିକା ଷ୍ଟକ ବାବଦରେ ଲୋକଙ୍କୁ ଜଣାଇବେ ।
  • ସରକାର ଛୋଟ ସହର,ଉପାନ୍ତ ଅଂଚଳରେ ଥିବା ଘରୋଇ ହସ୍ପିଟାଲକୁ ଟିକା ସପ୍ଲାଏରେ ସହଯୋଗ କରିବେ ଯେମିତି ଭୌଗଳିକ ଆଧାରରେ ଅସମାନତା ରହିବ ନାହିଁ ।
  • ରାଜ୍ୟ ସରକାର ଏଭଳି ଛୋଟ ହସ୍ପିଟାଲର ଟିକା ଚାହିଦା କେତେ ତାହାର ରିପୋର୍ଟ ତିଆରି କରିବେ ଓ କେନ୍ଦ୍ର ସରକାର ଏଭଳି ହସ୍ପିଟାଲକୁ ଟିକା ଯୋଗାଇ ଦେବାରେ ସାହାଯ୍ୟ କରିବେ । ଏଥିପାଇଁ ଦୁଇ ସରକାର ମିଳିତ ଭାବେ କାମ କରିବେ ।
  • ସମାଜର ସବୁ ବର୍ଗଙ୍କୁ ମାଗଣା ଟିକା ମିଳିବ କିନ୍ତୁ ସରକାରଙ୍କ ଅପିଲ ଯେ,ଯେଉଁମାନେ ଟିକା କିଣିବାକୁ ସକ୍ଷମ ସେମାନେ ଘରୋଇ ହସ୍ପିଟାଲରେ ଟଙ୍କା ଦେଇ ଟିକା ନିଅନ୍ତୁ

Leave a Reply