spot_img

Latest Posts

ଆଇଟି ଆଇନର ଧାରା ୬୬ଏ ଉଚ୍ଛେଦ ସତ୍ତ୍ୱେ ମାମଲା ରୁଜୁ ପ୍ରସଙ୍ଗ, ମାମଲା ପ୍ରତ୍ୟାହର କରିବା ଲାଗି ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରଦ୍ଦ ହୋଇଥିବା ଆଇନକୁ ବ୍ୟବହାର କରାଯିବା ପ୍ରସଙ୍ଗ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୁପ୍ରିମକୋର୍ଟଙ୍କ ନୋଟିସ। ୨୦୧୫ରେ ଆଇଟି ଆଇନର ଧାରା ୬୬ଏ କୁ ଉଚ୍ଛେଦ କରାଯାଇଥିଲେ ମଧ୍ୟ ଏହି ଆଇନ ଅନୁସାରେ ଅନେକ ମାମଲା ରୁଜୁ ହୋଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ସୁପ୍ରିମକୋର୍ଟ। ଏହା ସହ ସମସ୍ତ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ମଧ୍ୟ ନୋଟିସ କରିଛନ୍ତି ସର୍ବୋଚ୍ଚ ଅଦାଲତ। ୪ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ବି କୋର୍ଟ କହିଛନ୍ତି। ଜଷ୍ଟିସ ଆରଏଫ ନରିମାନ ଓ ଜଷ୍ଟିସ ବି.ଆର. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି  ନୋଟିସ ଜାରି କରିଛନ୍ତି। ଆଇଟି ଆଇନର ଧାରା ୬୬-ଏ ଅନୁସାରେ ମାତ୍ରାଧିକ ମାମଲା ଦାଏର ହୋଇଥିବାରୁ ଏସମ୍ପର୍କରେ ପଦକ୍ଷେପ ନେବା ଲାଗି ପିପୁଲ ୟୁନିଅନ ଫର ସିଭିଲ ଲିବରଟିଜ ବା ପିୟୁସିଏଲ  ପକ୍ଷରୁ ଏକ ଆବେଦନ ସୁପ୍ରିମ କୋର୍ଟରେ କରାଯାଇଥିଲା।

ଏହି ମାମଲା ପରେ ରଦ୍ଦ ହୋଇଥିବା ଆଇନ ଅନୁସାରେ ମାମଲା ରୁଜୁ ନ କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେବା ସହ ରୁଜୁ ହୋଇଥିାବା ମାମଲାଗୁଡିକୁ ପ୍ରତ୍ୟାହାର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ରଦ୍ଦ ହୋଇଥିବା ଆଇନ ଆଧାରରେ ଦେଶରେ ୧ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବା ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଥିଲେ। କମେଣ୍ଟ ପୋଷ୍ଟିଂ କରି ଦୁଇ ମହିଳା ଗିରଫ ହେବା ପରେ ଗତ ୨୦୧୨ରେ ଏନେଇ ମୁମ୍ବାଇର ଜଣେ ଆଇନଛାତ୍ର ଏକ ପିଟିସନ ଦାଖଲ କରିଥିଲେ। ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଗତ ୨୪ ମାର୍ଚ୍ଚ ୨୦୧୫ରେ ଆଇଟି ଆଇନର ଧାରା ୬୬ଏ ଉଚ୍ଛେଦ କରିଥିଲେ।

Latest Posts

Don't Miss