ବିଲକିସ ବାନୋ ଗଣଦୁଷ୍କର୍ମକାରୀଙ୍କୁ ଖଲାସ ପ୍ରସଙ୍ଗରେ କେନ୍ଦ୍ରର ସହମତି ଥିଲା

1 min read

ନୂଆଦିଲ୍ଲୀ: ବିଲକିସ ବାନୋ ଗଣଦୁଷ୍କର୍ମକାରୀଙ୍କୁ ଖଲାସ ପ୍ରସଙ୍ଗ। ୧୧ ଦୁଷ୍କର୍ମକାରୀଙ୍କୁ ସମୟ ପୂର୍ବରୁ ଖଲାସୀ ଘଟଣାରେ ସହମତ ଥିଲା କେନ୍ଦ୍ର । କେନ୍ଦ୍ର ସରକାରଙ୍କ ଅନୁମତି ପରେ ହିଁ ଦୋଷୀଙ୍କୁ ଜେଲରୁ ମୁକୁଳାଇଥିଲେ ଗୁଜରାଟ ସରକାର। ଏ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ଗୁଜରାଟ ସରକାର ।

ଦୁଷ୍କର୍ମକାରୀଙ୍କୁ ଛାଡ଼ିବା ପାଇଁ ଗୁଜରାଟ ସରକାର ଦେଇଥିବା ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ମୋହର ଲଗାଇଥିଲେ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଏହାସହ ଦୁଷ୍କର୍ମକାରୀଙ୍କ ଖଲାସ କରାଯିବା ଠିକ ବୋଲି ମଧ୍ୟ କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଛି । ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଦୁଷ୍କର୍ମକାରୀ ଦୀର୍ଘ ୧୪ ବର୍ଷ ହେଲା ଜେଲରେ ରହିଥିଲେ । ଜେଲରେ ରହିବା ବେଳେ ସେମାନଙ୍କର ବ୍ୟବହାର ଅତ୍ୟନ୍ତ ଭଲ ଥିଲା । ତେଣୁ ସ୍ବତନ୍ତ୍ର କ୍ଷମା ନୀତି ବଳରେ ସେମାନଙ୍କୁ ରିଲିଜ କରାଯାଇଛି ବୋଲି ଗୁଜରାଟ ସରକାର କହିଛନ୍ତି ।

ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରେ ବିଲକିସ ବାନୋ ଗଣଦୁଷ୍କର୍ମକାରୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ନିର୍ମମ ହତ୍ୟା କରିଥିବା ୧୧ ଜଣଙ୍କୁ ଜେଲରୁ ଖଲାସ କରାଯାଇଥିଲା । ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକାଧିକ PIL ଦାଖଲ ହୋଇଥିଲା । ରିଲିଜ ବିରୋଧରେ ସିପିଏମ ନେତ୍ରୀ ସୁଭାଷିନ ଅଲୀ, ଟିଏମସି ସାଂସଦ ମହୁଆ ମଇତ୍ରୋ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ । ରାଜ୍ୟ ସରକାର ଏ ନେଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ କୋର୍ଟ । ୨୦୨୨ ମସିହା ଜୁଲାଇ ୧୧ ତାରିଖରେ ଗୃହମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ନେଇ ଅନୁମତି ଦିଆଯାଇଥିଲା ବୋଲି ସତ୍ୟପାଠରେ ଦର୍ଶାଯାଇଛି ।