ବର୍ଷକୁ ବର୍ଷ କମୁଛି ଅନୁଦାନ, ଆକାଂକ୍ଷୀ ଜିଲ୍ଲା ପାଇଁ ନାହିଁ ସ୍ୱତନ୍ତ୍ର ଯୋଜନା କି ଅନୁଦାନ

Centre Not Giving Funding For Aspirational District

ଭୁବନେଶ୍ୱର: ଆଦିବାସୀ ଉନ୍ନତି କଥା କହୁଛ ହେଲେ ସ୍ୱତନ୍ତ୍ର ଫୋକସ୍ ନାହିଁ । କିନ୍ତୁ ରାଜନୀତିରୁ ପଛକୁ ହଟୁନି ବିଜେପି । ଆଦିବାସୀଙ୍କ ବିକାଶ ଚିନ୍ତା ନୁହେଁ, ବରଂ ଦଳୀୟ ଭୋଟ୍ ବଢ଼ାଇବା ପାଇଁ ଚାଲିଛି ରୀତିମତ କସରତ । ଏବେ ଆଦିବାସୀ ବହୁଳ ଆକାଂକ୍ଷୀ ଜିଲ୍ଲାର ସମୀକ୍ଷା ଆଳରେ ଜିଲ୍ଲା ଗସ୍ତ କରୁଥିବା କେନ୍ଦ୍ରମନ୍ତ୍ରୀମାନେ ଜିଲ୍ଲାରେ କରୁଛନ୍ତି ଦଳୀୟ ବୈଠକ । ଆକାଂକ୍ଷୀ ଜିଲ୍ଲା ପାଇଁ ନା ଅଛି ସ୍ୱତନ୍ତ୍ର ଯୋଜନା କି ଅନୁଦାନ । ଏପରିକି ନିୟମିତ ଯୋଜନାରେ ଚାଲିଛି ଲଗାତାର ଅର୍ଥକାଟ । ଏଭଳି ସ୍ଥିତିରେ କେନ୍ଦ୍ରମନ୍ତ୍ରୀମାନେ ଆକାଂକ୍ଷୀ ଜିଲ୍ଲାର ବିକାଶ ନେଇ ପ୍ରଶ୍ନ ଉଠାଇବା ଏବଂ ବିଜେପି ରାଜ୍ୟ ସରକାରଙ୍କ ଆଡ଼କୁ ଦୋଷ ଠେଲିବାକୁ ଉଦ୍ୟମକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି ।

Centre Not Giving Funding For Aspirational District

ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି । ଆଦିବାସୀଙ୍କ ବିକାଶ କଥା କହି କେନ୍ଦ୍ର କମାଉଛି ଅନୁଦାନ । ସଂସଦରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଲିଖିତ ଉତ୍ତର ଦର୍ଶାଉଛି କମି କମି ଚାଲିଛି କେନ୍ଦ୍ରୀୟ ଅନୁଦାନ । ସ୍ୱତନ୍ତ୍ର କେନ୍ଦ୍ରୀୟ ଅନୁଦାନରେ ୨୦୧୮ ମସିହାରେ ୧୭୫ କୋଟି ମିଳିଥିବା ବେଳେ ୨୦୨୧ରେ ଏହା ୯୦କୋଟିକୁ ଖସିଛି । ସମ୍ବିଧାନର ଧାରା ୨୭୫ ଅନୁସାରେ ୨୦୧୮ରେ ୨୧୪ କୋଟି ଥିବାବେଳେ ୨୦୨୧ରେ ୫୯ କୋଟି ମିଳିଛି । ସେହିଭଳି ଆଦିମ ଅଧିବାସୀଙ୍କ ପାଇଁ ୨୦୧୮ରେ ୩୬ କୋଟି ମିଳିଥିବା ବେଳେ ୨୦୨୧ରେ ମିଳିଛି ମାତ୍ର ୬ କୋଟି । ଏହି ତଥ୍ୟ ବୟାନ କରୁଛି ଓଡିଶାର ଆଦିବାସୀ ସମ୍ପ୍ରଦାୟ ପାଇଁ କେନ୍ଦ୍ରର କେତେ ଦରଦ ?

Centre Not Giving Funding For Aspirational District

କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରୁ କେନ୍ଦ୍ରୀୟ ଅବହେଳା ଜଳ ଜଳ ଦିଶୁଥିବା ବେଳେ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ବୋଧ ହୁଏ ଜଣାପଡ଼ୁନାହିଁ । ରାଜ୍ୟ ବିଜେପି ନେତାମାନେ କିନ୍ତୁ ନିଜ ଦଳର ଅବହେଳାକୁ ଆଖିବୁଜି ଦେଇ ରାଜ୍ୟକୁ ଅଙ୍ଗୁଳି ଉଠାଉଛନ୍ତି । ଆଦିବାସୀଙ୍କ ପାଇଁ ଅନୁଦାନ କମାଇ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର କେଉଁ ଆକାଂକ୍ଷା ପୂରଣ କରୁଛି ବିଜେପି ? କେବଳ ନିଜ ଦଳର ଆକାଂକ୍ଷା ପାଇଁ ଆଦିବାସୀମାନଙ୍କୁ ବିଜେପି ଟାର୍ଗେଟ୍ କରୁଛି ବୋଲି ଅଭିଯୋଗ ହୋଇଛି ।

Centre Not Giving Funding For Aspirational District

ରାଜ୍ୟରେ ୨୨ ପ୍ରତିଶତରୁ ଅଧିକ ଅନୁସୂଚିତ ଜନଜାତି ବର୍ଗର ଥିବା ବେଳେ ଏମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଓ ଅଧିକ ଅନୁଦାନ ମିଳିବା କଥା । ହେଲେ ଅଧିକ ଅନୁଦାନ ତ ଦୂରର କଥା ବରଂ ପ୍ରତି ବର୍ଷ କମି ଚାଲିଛି କେନ୍ଦ୍ରୀୟ ଅଂଶଧନ । ରାଜ୍ୟକୁ ଗସ୍ତ କରି ଆଦିବାସୀ ବହୁଳ ଆକାଂକ୍ଷୀ ଜିଲ୍ଲାର ସମୀକ୍ଷା କରୁଥିବା କେନ୍ଦ୍ରମନ୍ତ୍ରୀ ଏ ପ୍ରସଙ୍ଗ ଉଠାଇବା ବଦଳରେ ନିଜ ଦଳର କର୍ମୀଙ୍କୁ ନେଇ କରୁଛନ୍ତି ବୈଠକ । ଜିଲ୍ଲାର ସାମଗ୍ରିକ ବିକାଶ ବିଶେଷ କରି ଆଦିବାସୀ ବର୍ଗର ଉନ୍ନତି ପାଇଁ ଚିନ୍ତା ନ କରି କେବଳ ନିଜ ଦଳର ଭୋଟ୍ ବ୍ୟାଙ୍କ ବଢ଼ାଇବା ଉଦ୍ୟମକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।

Centre Not Giving Funding For Aspirational District

ଆକାଂକ୍ଷୀ ଜିଲ୍ଲାର ବିକାଶକୁ ନେଇ ଚାଲିଥିବା ସମୀକ୍ଷା ରାଜନୀତିରେ କେନ୍ଦ୍ରୀୟ ଅନୁଦାନର ହାର ବାବଦରେ ବି ଚର୍ଚ୍ଚା ହେବା କଥା । ହେଲେ ସମ୍ଭବତଃ ସେକଥା କେନ୍ଦ୍ର ମନ୍ତ୍ରୀମାନେ ଭୂଲି ଯାଇଛନ୍ତି କିମ୍ବା ଜାଣିଶୁଣି ଏଡ଼ାଇ ଯାଉଛନ୍ତି ।