spot_img

Latest Posts

କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ରର ଏପ୍ରିଲ୍ ଗାଇଡଲାଇନ୍, ଟେଷ୍ଟିଂ ଉପରେ ଗୁରୁତ୍ୱ

ଭୁବନେଶ୍ୱର: କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟ, ଟ୍ରାକ୍‌ ଓ ଟ୍ରିଟ୍‌ ପ୍ରୋଟୋକଲକୁ କଡାକଡି ଭାବେ ପାଳନ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି । ଏଥିସହ ଆରଟି ପିସିଆର ଟେଷ୍ଟ ବଢେଇବା ପାଇଁ ମଧ୍ୟ କୁହାଯାଇଛି ।

ସୂଚନା ଅନୁସାରେ କ୍ୱାରେଣ୍ଟାଇନ ଓ ଆଇସୋଲେସନ ନିୟମକୁ ଠିକ୍‌ ଭାବେ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକ ପଡିଲେ ମାଇକ୍ରୋ ଲେବଲ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏପ୍ରିଲ ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ । ସଂକ୍ରମିତ ଚିହ୍ନଟ ହେଲେ ତୁରନ୍ତ ଚିକିତ୍ସା କରିବାକୁ କୁହାଯାଇଛି ।

ତେବେ କଣ୍ଟାକ୍ଟ ଟ୍ରେସିଂ ଜରିଆରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଅନ୍ତଃରାଜ୍ୟ ଚଳାଚଳ ଉପରେ କୌଣସି କଟକଣା ନାହିଁ ବୋଲି ଜଣାପଡିଛି। ସେହିପରି ନୂଆ ପଜିଟିଭ୍ କେସ୍‌କୁ ତୁରନ୍ତ ଟ୍ରାକ୍ କରି ଆଇସୋଲେଟ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମାସ୍କ ଓ ସାମାଜିକ ଦୂରତାରେ ସମସ୍ତ କାମ କରିବାକୁ କୁହାଯାଇଛି । ଅଧିକ ଭିଡ଼ ହେଉଥିବା ସ୍ଥାନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ମଧ୍ୟରେ ଚଳାଚଳ ନେଇ ମଧ୍ୟ କୌଣସି କଟକଣା କରାଯାଇନାହିଁ । ଗୃହ ସଚିବ ଅଜୟ ଭଲ୍ଲା ମଧ୍ୟ ରାଜ୍ୟର ସଚିବମାନଙ୍କୁ ଚିଠି ଲେଖିଛନ୍ତି । କରୋନା କଟକଣାକୁ କଡାକଡି କରିବା ପାଇଁ କହିଛନ୍ତି । ପ୍ରତ୍ୟେକ ଦିନର ସ୍ଥିତି ସମ୍ପର୍କରେ କେନ୍ଦ୍ରକୁ ଅବଗତ କରିବା ପାଇଁ କୁହାଯାଇଛି । ଏପଟେ ଏପ୍ରିଲ ୩୦ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ କଟକଣା ଲାଗିଛି । କେବଳ କିଛି ରୁଟ୍‌ରେ ବିମାନ ଉଡିବ ବୋଲି ସୂଚନା ମିଳିଛି।

Latest Posts

Don't Miss