ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ମନା କଲା କେନ୍ଦ୍ର

Centre Denied To Give Classical Recognition To Odissi Dance

ନୂଆଦିଲ୍ଲୀ: ବାରମ୍ବାର ଓଡ଼ିଶାର ଅଧିକାରକୁ କ୍ଷୂର୍ଣ୍ଣ କରୁଛନ୍ତି କେନ୍ଦ୍ର ସରକାର । ପ୍ରଥମେ ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏବେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଅଗ୍ରାହ୍ୟ କରି ଦେଇଛି କେନ୍ଦ୍ରର ବିଜେପି ସରକାର । ଗୃହରେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଓଡ଼ିଶୀ ସଂଗୀତକୁ ମାନ୍ୟତା ପ୍ରଦାନ ନେଇ ପ୍ରଶ୍ନ ପଚାରିଥିଲେ । ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶାନ ରେଡ୍ଡି । ଏହାକୁ ନେଇ ବିଜେଡି ସାଂସଦ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Centre Denied To Give Classical Recognition To Odissi Dance

ଅନ୍ୟପଟରେ ଲୋକସଭାରେ ଆଗତ ହାଇକୋର୍ଟର ବିଚାରପତିମାନଙ୍କ ଦରମା ଏବଂ ସୁପ୍ରିମକୋର୍ଟ ବିଚାରପତିଙ୍କ ଦରମା ଓ ସେବା ସର୍ତ୍ତ ଅଧିନିୟମ ୧୯୫୮ର ସଂଶୋଧନକୁ ବିରୋଧ କରିଛନ୍ତି ବିଜେଡି ସାଂସଦ । ସେପଟେ ନିଲମ୍ବିତ ସାଂସଦ କ୍ଷମା ମାଗିବା, ଉତ୍ତର ପୂର୍ବ ରାଜ୍ୟରେ ବଢୁଥିବା ହିଂସା ହେଉ କିମ୍ବା ନାଗାଲାଣ୍ଡର ଗଣହତ୍ୟା ଏବଂ ଏମଏସପି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଚାଲିଛି ହଟଗୋଳ । ଫଳରେ ବାରମ୍ବାର ମୁଲତବି ହେଉଛି ଗୃହ । କେନ୍ଦ୍ର ସରକାର ଦେଶବାସୀଙ୍କୁ ଭ୍ରମିତ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ସାଂସଦ ।

Leave a Reply