ଖାଉଟିଙ୍କୁ ଆଶ୍ୱସ୍ତି, କମିଲା ଖାଇବା ତେଲ ଦାମ୍

ନୂଆଦିଲ୍ଲୀ: ଖାଉଟିଙ୍କୁ ମିଳିବ ଆସ୍ୱସ୍ତି  ।  ଶସ୍ତା ହେବ ଖାଇବା ତେଲ  । ତେଲ ଦାମର ରାହାଜାନି ଭିତରେ ସାଧାରଣ ଗରିବୀ, ଖଟିଖିଆ ଖାଉଟି ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି  । ବଜାରକୁ ଗଲେ ତେଲ ନକିଣି ଫେରୁଥିଲେ ଖାଉଟି  । ପ୍ରଥମେ ପେଟ୍ରୋଲ, ଡ଼ିଜେଲରୁ ସେସ କମାଇବା ପରେ ଏବେ ଖାଇବା ତେଲ ଦାମ କମ କରିଛନ୍ତି କେନ୍ଦ୍ର ସରକାର  ।

ତେବେ ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲରୁ କେନ୍ଦ୍ର ସରକାର ସେସ୍ ୫ ପ୍ରତିଶତକୁ ହ୍ରାସ କରିଛନ୍ତି । ଯାହା ଫଳରେ ବିଭିନ୍ନ ତେଲଦର ଲିଟର ପିଛା ଦାମ ୪ରୁ ୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି କୁହାଯାଇଛି । ଏହାପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ମଧ୍ୟ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଦେଶର ବିଭିନ୍ନ ସ୍ଥାନରେ ତେଲଦର ଆକାଶ ଛୁଆଁ ହେଉଥିବାବେଳେ, କେନ୍ଦ୍ର ସରକାର ଦୀପାବଳି ଭେଟି ଦେଇଥିଲେ ।

ଖାଇବା ତେଲରୁ ସେସ୍‌ କମାଇଛି କେନ୍ଦ୍ର  । ଯଦ୍ୱାରା  ସନଫ୍ଲାଓ୍ବାର, ପାମ୍‌, ସୋୟାବିନ୍‌ ତେଲ ଆଦି ଖାଇବା ତେଲ ଦାମ କମ ହୋଇଛି  । ଏପରି ସ୍ଥିତିରେ ଖାଉଟି ସାମାନ୍ୟ ଆସ୍ୱସ୍ଥି ଅନୁଭବ କରିଛନ୍ତି  । ଦୁଇ ଦିନତଳେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଦାମ ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିଥିଲେ  । ସେପଟେ ଓଡ଼ିଶା ସରକାର ମଧ୍ୟ ଡିଜେଲ ଏବଂ ପେଟ୍ରୋଲରୁ ୩ ଟଙ୍କା ଲେଖାଏଁ ଭାଟ ଛାଡ଼ କରିଛନ୍ତି  ।

Leave a Reply