ପିଏଫଆଇ ଉପରେ ଲାଗିଲା ପ୍ରତିବନ୍ଧକ, ୫ ବର୍ଷ ପାଇଁ କଟକଣା ଲଗାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

1 min read

ନୂଆଦିଲ୍ଲୀ: ଟେରର ଫଣ୍ଡିଂ, ISI ଲିଙ୍କରେ PFI ଉପରେ ବଡ଼ ଆକ୍ସନ । ଲଗାତାର ରେଡ୍ ପରେ ବ୍ୟାନ୍ । ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ବା ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ୫ ବର୍ଷ ପାଇଁ ପିଏଫଆଇକୁ ବ୍ୟାନ୍ କରିଛି । ପିଏଫଆଇକୁ ପ୍ରତିବନ୍ଧିତ ସଂଗଠନ ଘୋଷଣା କରାଯାଇଛି । ଟେରର ଲିଙ୍କ ଅଭିଯୋଗରେ ଅଲ ଇଣ୍ଡିଆ ଇମାମ କାଉନସିଲ୍ ସହ ଅନ୍ୟ ୮ ସଂଗଠନ ବିରୋଧରେ ମଧ୍ୟ ପ୍ରତିବନ୍ଧକ ଲାଗିଛି । RIF, CFI, AIIC, NCHRO, NWF, JF, EIF ପରି ସଂଗଠନ ଉପରେ ଲାଗିଛି ପ୍ରତିବନ୍ଧକ ।

ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନେକ ରାଜ୍ୟ ଦାବି କରିଥିଲେ । ନିକଟରେ ୨୨ ଓ ୨୭ ସେପ୍ଟେମ୍ବରରେ ଏନଆଇଏ ଓ ଇଡି ସହ ରାଜ୍ୟ ପୋଲିସ ଓ ତଦନ୍ତକାରୀ ଏଜେନ୍ସି ପିଏଫଆଇର ଠିକଣାରେ ରେଡ୍ କରିଥିଲେ । ପ୍ରଥମ ଦିନରେ ୧୦୬ ଜଣଙ୍କୁ ଗିରଫ କରାଯାଇଥିଲା । ଦ୍ୱିତୀୟ ରାଉଣ୍ଡରେ ୨୪୭ ଜଣ ଲୋକଙ୍କୁ ପିଏଫଆଇ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରାଯାଇଛି । ୧୫ ରାଜ୍ୟରେ ଆକ୍ଟିଭ ରହିଛି ପିଏଫଆଇ ।