ଦେଶରେ ୧୪ ପାକିସ୍ତାନୀ ଆପ୍ ବ୍ୟାନ୍ ; ପ୍ରତିବନ୍ଧକ ଲଗାଇଲା ଆଇଟି ମନ୍ତ୍ରଣାଳୟ
1 min readନୂଆଦିଲ୍ଲୀ : ଟେରର ଆପ୍ରେ ଡିଜିଟାଲ ଷ୍ଟ୍ରାଇକ । ପାକିସ୍ତାନରୁ ପରିଚାଳିତ ୧୪ ମେସେଞ୍ଜର ଆପ୍ ବ୍ୟାନ୍ । ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏହି ଆପକୁ ବ୍ୟାନ କରାଯାଇଛି । ଗୁଇନ୍ଦା ଇନପୁଟ ଆଧାରରେ ଆପ୍ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଜଣାପଡ଼ିଛି ।
ପାକିସ୍ତାନରେ ଆତଙ୍କବାଦୀମାନେ ଏହି ଆପ୍ ଯୋଗେ ଜାମ୍ମୁ-କାଶ୍ମୀରରେ ଥିବା ସମର୍ଥକ ଓ ଅଣ୍ଡର ଗ୍ରାଉଣ୍ଡ ଓ୍ବାର୍କର୍ସଙ୍କୁ କୋଡେଡ୍ ମେସେଜ ପଠାଉଥିବା ଜଣାପଡ଼ିଥିଲା । ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ଏହି ଆପ୍ ଗୁଡ଼ିକୁ ବ୍ୟାନ କରାଯାଇଛି । ପୂର୍ବରୁ ମଧ୍ୟ ଅନେକ ଚାଇନିଜ ଆପକୁ ଭାରତରେ ବ୍ୟାନ କରାଯାଇଛି । ୨୦୨୦ ଜୁନ ପରଠାରୁ ଭାରତରେ ପ୍ରାୟ ୨ଶହ ଚାଇନିଜ ଆପ୍ ବ୍ୟାନ ହୋଇଛି । ଏହାଛଡ଼ା ପାକିସ୍ତାନରୁ ଅପରେଟ କରାଯାଉଥିବା କେତେକ ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ ସରକାର ବ୍ୟାନ କରିଥିଲେ ।