କେନ୍ଦ୍ରର ପାଞ୍ଚ ସୂତ୍ରୀ ପରାମର୍ଶ, ଲକଡାଉନ କୋହଳ ନେଇ ସବୁ ରାଜ୍ୟଙ୍କୁ କେନ୍ଦ୍ରର ପ୍ରସ୍ତାବ

1 min read

ଭୁବନେଶ୍ୱର: କୋଭିଡଜନିତ ଲକଡାଉନ କୋହଳ ନେଇ ସବୁ ରାଜ୍ୟଙ୍କୁ କେନ୍ଦ୍ରର ପରାମର୍ଶ । କୋହଳ କଟକଣା ଯୋଗୁ ଜନଗହଳି ସୃଷ୍ଟି ହେଉଥିବାରୁ ବିଭନ୍ନ ଗାଇଡଲାଇନ ପାଳନ କରିବା ଲାଗି ୫ ସୂତ୍ରୀ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । କୋଭିଡ ନିୟନ୍ତ୍ରଣ ନେଇ ଉପଯୁକ୍ତ ପଦକ୍ଷେପ, ଟେଷ୍ଟ-ଟ୍ରାକ-ଟ୍ରିଟ ଓ ଟିକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କଟକଣା କୋହଳ ହେଉଥିବାରୁ ଏଥିପ୍ରତି ସତର୍କ ରହିବା ଲାଗ ତତ୍ପର ହୋଇଛନ୍ତି ସରକାର । ଏହା ସହ ଏହି ଗାଇଡଲାଇନ ନ ମାନିଲେ ସ୍ଥିତି ପୁଣି ବିଗିଡିପାରେ ବୋଲି ଦେଇଛନ୍ତି ସତର୍କ ସୂଚନା ।

କେନ୍ଦ୍ର ଗୃହ ସଚିବ କହିଛନ୍ତି- କୋଭିଡ ଦ୍ବିତୀୟ ଲହରୀରେ ଅସାବଧନତା ଯୋଗୁ ସଂକ୍ରମଣ ସଂଖ୍ୟା ବିଶେଷ ଭାବେ ବଢିଛି । ସେପଟେ ସକ୍ରିୟ ମାମଲା ସଂଖ୍ୟା ହ୍ରାସ ପାଉଥିବାରୁ ବିଭିନ୍ନ ରାଜ୍ୟରେ ଲକଡାଉନକୁ ହ୍ରାସ କରାଯାଉଛି । ତେବେ ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଧ୍ୟାନ ପରେ ହିଁ ଲକଡାଉନ କୋହଳ ବିଷୟ ଚିନ୍ତା କରାଯିବା ଆବଶ୍ୟକ ବୋଲି କହିଛନ୍ତି ଗୃହସଚିବ ଅଜୟ ଭାଲ୍ଲା । ଏହା ସହ ସମସ୍ତେ ମାସ୍କ ପିନ୍ଧିବା, ହାତ ସଫା କରିବା, ସାମାଜିକ ଦୂରତା ରକ୍ଷା କରିବା ଆଦି ନିୟମକୁ ମାନିାବା ଲାଗି ସେ ପରାମର୍ଶ ଦେଇଛନ୍ତି ।

Leave a Reply