୩୨୨.୫ କୋଟି ମୂଲ୍ୟର ଦେଢ଼ ଲକ୍ଷ ଅକ୍ସିଜେନ୍ ସପ୍ଲାଏ ସିଷ୍ଟମ କିଣିବ କେନ୍ଦ୍ର

1 min read

ନୂଆଦିଲ୍ଲୀ: ଡିଆରଡିଓ ଦ୍ୱାରା ବିକଶିତ ଅକ୍ସିଜେନ୍ ସପ୍ଲାଏ ସିଷ୍ଟମ କିଣିବେ କେନ୍ଦ୍ର ସରକାର । ଦେଢ଼ ଲକ୍ଷ ୟୁନିଟ୍ ଅକ୍ସିଜେନ୍ ସପ୍ଲାଏ ସିଷ୍ଟମ ପିଏମ୍ କେୟାର୍ସ ଫଣ୍ଡରୁ କିଣାଯିବ । ଏନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୩୨୨.୫ କୋଟି ଟଙ୍କା ଖର୍ଚ୍ଚ ହେବ ।

କିଣାଯିବାକୁ ଥିବା ଅକ୍ସିଜେନ୍ ସପ୍ଲାଏ ସିଷ୍ଟମ ମଧ୍ୟରୁ ୧ ଲକ୍ଷ ମାନୁଆଲ୍ ଭାବେ ଚାଲିବ । ୫୦ ଲକ୍ଷ ଅଟୋମେଟିକ୍ ଅକ୍ସିକେୟାର୍ ସିଷ୍ଟମ ଏନଆରବିଏମ୍ ମାସ୍କ ସହିତ ଆସିବ । କରୋନା କାଳରେ ଅଧିକାଂଶ ରୋଗୀ ଅକ୍ସିଜେନ୍ ଅଭାବର ସମ୍ମୁଖୀନ ହେଉଥିବା ବେଳେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ତେବେ ହାଇପୋକ୍ସିଆରେ ପୀଡ଼ିତ ଆକ୍ରାନ୍ତ ଏହା ବ୍ୟବହାର କରିବେ ନାହିଁ ।

ଡିଆରଡିଓର ଡିଫେନ୍ସ ବାଓ ଇଞ୍ଜିନିୟରିଂ ଆଣ୍ଡ ଇଲେକ୍ଟ୍ରୋ ମେଡିକାଲ୍ ଲାବ୍ରୋଟୋରୀ ବେଙ୍ଗଳୁରୁ ଦ୍ୱାରା ବିକଶିତ ଏହି ଅକ୍ସିଜେନ୍ ସପ୍ଲାଏ ସିଷ୍ଟମ ସେନାରେ ମଧ୍ୟ ବ୍ୟବହାର ହେଉଛି । ବିଶେଷକରି ସିୟାଚୀନ୍ ଭଳି ଉଚ୍ଚସ୍ଥାନରେ ମୁତୟନ ଯବାନ ଏହାକୁ ବ୍ୟବହାର କରୁଛନ୍ତି ।

Leave a Reply