କୋଭିଡ ମୃତ୍ୟୁର ଅନୁକମ୍ପା ରାଶି ଉପରେ ଆୟକର ଛାଡ଼

1 min read
Centre Announce Covid Treatment Tax Free

ନୂଆଦିଲ୍ଲୀ: କରୋନା ସମୟରେ ଆୟକର ଦାଖଲ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ଖର୍ଚ୍ଚ ହେଉଥିବା ଅର୍ଥ ଉପରେ ଆୟକର ଦେବାକୁ ପଡୁଥିଲା । ଏପରିକି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେଉଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ମିଳୁଥିବା ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ଟାକ୍ସେବୁଲ୍ ରହିଥିଲା । ମାତ୍ର ନୂଆ ନିଷ୍ପତ୍ତି ଅନୁସାରେ, କୋଭିଡରେ ମୃତ୍ୟୁ ହେଲେ ଯିଏ ଦେଉଛି ଏବଂ ଯାହାକୁ ଦେଉଛି, ଉଭୟଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ଗ୍ରହଣ ଉପରେ ଆୟକର ଛାଡ଼ ସୁବିଧା ମିଳିବ ।

Centre Announce Covid Treatment Tax Free

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର । ସେ କହିଛନ୍ତି, ଭାରତର ପ୍ରତ୍ୟେକ ନାଗରିକ ଯେପରି କୋଭିଡ୍ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବେ ସେଥିପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ଆୟକର ଦାତାଙ୍କୁ ଆହୁରି ଆର୍ଥିକ ବୋଝରୁ ମୁକ୍ତି ଦେବା ପାଇଁ କୋଭିଡ ଚିକିତ୍ସା ଖର୍ଚ୍ଚକୁ ସମ୍ପୂର୍ଣ୍ଣ ଭାବେ କରଯୁକ୍ତ ରାଶିରୁ ବାଦ ଦେବା ପାଇଁ ଅର୍ଥ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି ।

Centre Announce Covid Treatment Tax Free

କରଦାତାମାନଙ୍କୁ ଏହି ସୁବିଧା ୨୦୨୦-୨୧ ଆର୍ଥିକ ବର୍ଷରୁ ମିଳିବ । ପରବର୍ତ୍ତୀ ଆର୍ଥିକ ବର୍ଷମାନଙ୍କରେ ବି କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଖର୍ଚ୍ଚ ହେଉଥିବା ଅର୍ଥକୁ ଆୟକର ଛାଡ଼ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯିବ । ଏଥିପାଇଁ ସହାୟତା ଗ୍ରହଣ କରୁଥିବା କର୍ମଚାରୀ ଓ ସହାୟତା ପ୍ରଦାନ କରୁଥଇବା କମ୍ପାନୀ ଓ ମାଲିକମାନଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଠାକୁର ସ୍ପଷ୍ଟ କରିଦେଇଛନ୍ତି ।

Leave a Reply