ଜେଇଙ୍କୁ କୁକୁର କହିଲେ କେନ୍ଦ୍ରମନ୍ତ୍ରୀ, ମୟୁରଭଞ୍ଜ ଗଲେ ମାଡ଼ ଖାଇବ

କେନ୍ଦୁଝର: କେନ୍ଦ୍ରମନ୍ତ୍ରୀ ହେଉ ହେଉ ଆଚରଣ ଭୁଲିଗଲେ ବିଶେସ୍ୱର ଟୁଡ଼ୁ । ଜୁନିୟର ଯନ୍ତ୍ରୀଙ୍କୁ ଗୋଲାମ କହି ଗାଳିଗୁଲଜ କଲେ । ଏମିତିକି କୁକୁର କହିବାକୁ ମଧ୍ୟ ପଛାଇଲେନି କେନ୍ଦ୍ରମନ୍ତ୍ରୀ ।  ଟପିଗଲେ ଶାଳୀନତାର ସମସ୍ତ ସୀମା । ଏକ ସମୀକ୍ଷା ବୈଠକରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶର ଟୁଡୁ ରାଗି ଯାଇ କନିଷ୍ଠ ଯନ୍ତ୍ରୀଙ୍କୁ ଗାଳିଗୁଲଜ କରିଥିଲେ । ଏଭଳିକି ତୁମେ କୁକୁର, କାହାର ଗୋଲାମ ବୋଲି କହିବାକୁ ପଛାଇନଥିଲେ ।

କେନ୍ଦୁଝର ଗସ୍ତରେ ଥିବାବେଳେ ଏଭଳି କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ ଏଭଳି କହିଥିବା ଜଣାପଡିଛି। କେନ୍ଦ୍ରମନ୍ତ୍ରୀଙ୍କ ସହ କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ମଧ୍ୟ ଉପସ୍ଥିତ ଥିଲେ । ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ସମୀକ୍ଷା ବୈଠକରେ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ମାଣ ବିଷୟରେ ପଚାରିଥିଲେ ମୋହନ ମାଝୀ । ଏହି ସମୟରେ ଯନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ରାଗିଯାଇଥିଲା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।

ଏମିତିକି କହିଥିଲେ, ମୟୂରଭଞ୍ଜ ଗଲେ କିଭଳି ମାଡ ପଡିବ ଦେଖିବ । ତୁମେ କାହାର ଗୁଲାମ ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଜେଇଙ୍କୁ କୁକୁର ଏବଂ ଅଭଦ୍ର ବୋଲି ମଧ୍ୟ କହିଥିଲେ । ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଅଶୋଭନୀୟ ଆଚରଣକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଲାଗି ରହିଥିବାବେଳେ ସବୁ ମହଲରେ ଏହାକୁ ଘୋର ନିନ୍ଦା କରାଯାଉଛି ।

Leave a Reply