ସମୀକ୍ଷା ପାଇଁ ଆସି ବିକାଶ ଦେଖିଲେ କେନ୍ଦ୍ରମନ୍ତ୍ରୀ, କହିଲେ ‘ଭଲ କାମ କରୁଛି ପ୍ରଶାସନ’

Central Minister Appreciated Gajapati And Rayagada District Administration

ଗଜପତି/ରାୟଗଡ଼ା: ଆକାଂକ୍ଷୀ ଜିଲ୍ଲା ନାଁରେ ବିଜେପି କରୁଛି ସମୀକ୍ଷା ରାଜନୀତି । ସମୀକ୍ଷା ବୈଠକରେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅଣଦେଖା କରି ବିଜେପି ନେତାଙ୍କୁ ସାମିଲ୍ କରାଯାଉଛି । ହେଲେ ରାଜ୍ୟ ସରକାର ଆକାଂକ୍ଷୀ ଜିଲ୍ଲାର ବିକାଶ ପାଇଁ ନେଇଥିବା ପଦକ୍ଷେପକୁ ଅଣଦେଖା କରିପାରୁନାହାଁନ୍ତି କେନ୍ଦ୍ର ମନ୍ତ୍ରୀମାନେ । ଆଜି ଗଜପତି ଜିଲ୍ଲାର ସମୀକ୍ଷା କରିବାକୁ ଆସି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଓ ଜଳଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ।

 Central Minister Appreciated Gajapati And Rayagada District Administration

ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲା ପ୍ରଶାସନ ଭଲ କାମ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏଥିସହିତ ପାନୀୟ ଜଳ, ରାସ୍ତା ନିର୍ମାଣ ଓ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ୪୦ ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧି ଘଟାଇଥିବା ସେ କହିଛନ୍ତି । ଏହି ସଫଳତା ପାଇଁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।

 Central Minister Appreciated Gajapati And Rayagada District Administration

ସେପଟେ ରାୟଗଡ଼ା ଜିଲ୍ଲାରେ ଆକାଂକ୍ଷୀ ଯୋଜନା ସମୀକ୍ଷା ଅବସରରେ ଜିଲ୍ଲା ପ୍ରଶାସନକୁ ଖୁବ୍ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ସୋମ ପ୍ରକାଶ ଜି । ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ପାନୀୟ ଜଳ, କୃଷି, ଜଳସେଚନ ଉପରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଜିଲ୍ଲାରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହା ସହ ବାକି ଥିବା କାର୍ଯ୍ୟ ଗୁଡ଼ିକୁ ମଧ୍ୟ ସୂଚାରୁ ରୂପେ ଅଧିକାରୀ ମାନେ କରୁଥିବା ସେ କହିଛନ୍ତି ।