କରୋନା କବଳରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା
1 min readନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା କାୟାରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଫିଲ୍ମ ଷ୍ଟାର ମଧ୍ୟ ଏହାର କବଳରେ ଆସିଛନ୍ତି । ତେବେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । । ଅମିତ ଶାହା ନିଜେ ଟ୍ୱିଟ୍ କରି ଏହା ଜଣାଇଛନ୍ତି ।
कोरोना के शुरूआती लक्षण दिखने पर मैंने टेस्ट करवाया और रिपोर्ट पॉजिटिव आई है। मेरी तबीयत ठीक है परन्तु डॉक्टर्स की सलाह पर अस्पताल में भर्ती हो रहा हूँ। मेरा अनुरोध है कि आप में से जो भी लोग गत कुछ दिनों में मेरे संपर्क में आयें हैं, कृपया स्वयं को आइसोलेट कर अपनी जाँच करवाएं।
— Amit Shah (Modi Ka Parivar) (@AmitShah) August 2, 2020
ସେ କହିଛନ୍ତି ତାଙ୍କର ପ୍ରଥମେ ଥଣ୍ଡା କାଶ ହୋଇଥିଲା ଭଳି କିଛି କରୋନା ଲକ୍ଷଣ ସେ ଅନୁଭବ କରିଥିଲେ । ପରେ ସେ ତାଙ୍କର କୋଭିଡ ଟେଷ୍ଟ କରାଇଥିଲେ । ଟେଷ୍ଟରେ ଅମିତ ଶାହା କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ସେ ଆହୁରି ମଧ୍ୟ ସଚେତନ କରାଇବା ପାଇଁ କହିଛନ୍ତି ଯେ ତାଙ୍କ ସହ ଏହି କିଛି ଦିନ ମଧ୍ୟରେ କେହି ଯଦି ସଂସ୍ପର୍ଶରେ ଆସିଛନ୍ତି ତେବେ ସେହି ବ୍ୟକ୍ତି ମାନେ ନିଜକୁ ଆଇସୋଲେସନରେ ରଖିବା ଜରୁରୀ ।
ଅମିତ ଶାହା ଏବେ ସୁସ୍ଥ ଅଛନ୍ତି ବୋଲି ସେ ଟ୍ୱିଟ କରି କହିଛନ୍ତି । ତାଙ୍କର ଦେହ ଏବେ ଭଲ ଅଛି ସେ ଏବେ ହସ୍ପିଟାଲରେ ଅଛନ୍ତି । ତେବେ ଏଠାରେ ଏବେ ବଡ଼ ପ୍ରଶ୍ନ ଉଠୁଛି ଯେତେବେଳେ କେନ୍ଦ୍ରରେ କରୋନା ସଂକ୍ରମଣ ପହଞ୍ଚିଲାଣି । ଆଗକୁ ଆଉ କେଉଁ କେଉଁ କେନ୍ଦ୍ର ମନ୍ତ୍ରୀ କରୋନା ପଜିଟିଭ ବାହାରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ ।
Concerned to know about the hospitalisation of Union Home Minister @AmitShah ji after being tested positive for #COVID19. Wishing him a speedy recovery and praying for a long life.
— Naveen Patnaik (@Naveen_Odisha) August 2, 2020
ଅମିତ ଶାହାଙ୍କୁ କରୋନା ହୋଇଥିବା ଖବର ଆସିବା ପରେ ବଡ଼ ବଡ଼ ରାଜନେତା ଠାରୁ ଆରମ୍ଭ କରି ସାଧାରଣ ଜନତା ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟ ମଧ୍ୟ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହା ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶାହାଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିଛନ୍ତି ।
माननीय गृहमंत्री श्री @AmitShah जी महाप्रभु जगन्नाथ आपको आरोग्य का आशीर्वाद दें।आपके शीघ्र स्वास्थ्य लाभ की कामना करता हूँ। https://t.co/X1qhdUwPik
— Dharmendra Pradhan (मोदी का परिवार) (@dpradhanbjp) August 2, 2020