ଚାଷୀଙ୍କୁ ଫସଲବୀମା କ୍ଷତିପୂରଣ ତୁରନ୍ତ ପ୍ରଦାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ: ସାଂସଦ ମାନସ ମଙ୍ଗରାଜ

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କୁ ଫସଲବୀମା କ୍ଷତିପୂରଣ ତୁରନ୍ତ ପ୍ରଦାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ । ରାଜ୍ଯସଭାରେ ଶୂନ୍ଯକାଳରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଏଭଳି ଦାବି ଉପସ୍ଥାପନ କରିଛନ୍ତି। ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉଦାସୀନତା ଏବଂ ବୀମା କମ୍ପାନୀଙ୍କ ଏକଚାଟିଆ ଲାଭଖୋର ମନୋଭାବ ଯୋଗୁଁ ଚାଷୀମାନେ ନାହିଁନଥିବା ହନ୍ତସନ୍ତ ହେଉଛନ୍ତି ବୋଲି କହିଛନ୍ତି ମାନସ । କୃଷକମାନଙ୍କ ଭରସାକୁ କେନ୍ଦ୍ର ସରକାର ଧୋକା ଦେଇଛନ୍ତି ବୋଲି ମଧ୍ଯ ସେ କହିଛନ୍ତି । ତେଣୁ ଶୀଘ୍ର ବୀମା ରାଶି ଦେବା ନେଇ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ମାନସ ଦାବି ଦୋହରାଇଛନ୍ତି ।