ରେଢ଼ାଖୋଲରୁ କେନ୍ଦ୍ରମନ୍ତ୍ରୀଙ୍କୁ 5T ଅଧ୍ୟକ୍ଷଙ୍କ ପ୍ରଶ୍ନ: କୁଆଡ଼େ ଗଲା କେନ୍ଦୁପତ୍ରରୁ ଜିଏସଟି ଛାଡ଼ ପ୍ରତିଶ୍ରୁତି

1 min read

ରେଢ଼ାଖୋଲ: ରେଢ଼ାଖୋଲ ମାଟିରୁ କେନ୍ଦ୍ରମନ୍ତ୍ରୀଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଶ୍ନବାଣ । ପଚାରିଲେ, କୁଆଡ଼େ ଗଲା କେନ୍ଦୁପତ୍ରରୁ ଜିଏସଟି ଛାଡ଼ ନେଇ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି । ଏହାସହ କେନ୍ଦୁପତ୍ର ତୋଳାଳିଙ୍କ ଲାଗି ଶୀଘ୍ର ପ୍ୟାକେଜ ଘୋଷଣା ହେବା ନେଇ ସୂଚନା ଦେଇଚନ୍ତି 5T ଅଧ୍ୟକ୍ଷ ।

ସ୍ଥାନୀୟ ଲୋକଙ୍କୁ ଉଦବୋଧନ ଦେବା ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ 5T ଅଧ୍ୟକ୍ଷ କହିଥିଲେ, ‘କେନ୍ଦୁପତ୍ର ତୋଳାଳିଙ୍କ ଲାଗି ରାଜ୍ୟ ସରକାର ଜିଏସଟି ଛାଡ଼ କରିଛନ୍ତି । କେନ୍ଦ୍ର ସରକାର ଜିଏସଟି ଛାଡ଼ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲା । ପଦମପୁର ଉପନିର୍ବାଚନରେ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କେନ୍ଦ୍ରର ପ୍ରତିଶ୍ରୁତି କୁଆଡେ ଗଲା ?’

କେନ୍ଦ୍ର କେବେ ପ୍ରତିଶ୍ରୁତି ପୂରଣ କରିବ ଆମେ ଅପେକ୍ଷା କରି ରହିଛୁ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପୂର୍ବରୁ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ପ୍ରଦାନ କରିଥିଲେ । ଏବେ ପୁଣି ଥରେ ପ୍ୟାକେଜ୍ ଘୋଷଣା କରିବେ । କେନ୍ଦୁପତ୍ର ତୋଳାଳିଙ୍କ ପିଲାଙ୍କ ବିବାହ ଲାଗି ସରକାର ସହାୟତା ପ୍ରଦାନ କରିବେ । କେନ୍ଦୁପତ୍ର ତୋଳାଳିଙ୍କୁ ଦୁଇଟି ପ୍ରତିଶ୍ରୁତି ଦେଇଥିଲେ ଦୁଇଟି ପୂରଣ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଯାହ ବି କଥା ଦେଇଥିଲେ କଥା ରଖିଲେ ବୋଲି କହିଛନ୍ତି 5T ଅଧ୍ୟକ୍ଷ ।

ରେଢାଖୋଲରେ ମଧ୍ୟ ୫୫ ନମ୍ବର ଜାତୀୟ ରାଜପଥକୁ ନେଇ ପୁଣିଥରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ଷେପ କରିଛନ୍ତି 5T ଅଧ୍ୟକ୍ଷ । କଟକ-ସମ୍ବଲପୁର ଜାତୀୟ ରାଜପଥରେ ଅନେକ ଲୋକଙ୍କ ଜୀବନ ଯାଉଛି । କେନ୍ଦ୍ରମନ୍ତ୍ରୀ ପଦକ୍ଷେପ ଗ୍ରହଣ କରନ୍ତୁ । ଶୀଘ୍ର ଏହି ଜାତୀୟ ରାଜପଥ କାମ ଶେଷ କରନ୍ତୁ ବୋଲି ନିବେଦନ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଏହି ଅବସରରେ ରେଢାଖୋଲ ବିକାଶର ହିସାବ ଦେଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କହିଲେ- ଗତ ଜୁଲାଇ ପରଠାରୁ ମିଳିଥିବା ୫୭୦ ଦରଖାସ୍ତରୁ ୫ ଶହର ହୋଇଛି ସମାଧାନ । ୧୪୫ ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟର ଲାଗି ୫ କୋଟି ୩ ଲକ୍ଷ ମଞ୍ଜର କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଗନ୍ନାଥ ମନ୍ଦିର ଲାଗି ୨ କୋଟି ୮୩ ଲକ୍ଷ, ପଞ୍ଚଖଣ୍ଡା ମନ୍ଦିର ଲାଗି ୨ କୋଟି ୬ ଲକ୍ଷ, ଯୁଯୁମରା ଦେଓଝରଣ ଜଳସେଚନ ପ୍ରକଳ୍ପ ଲାଗି ୧ କୋଟି ୨୦ ଲକ୍ଷ, କୟାକୁଦ ଜଳସେଚନ ପ୍ରକଳ୍ପ ଲାଗି ୧ କୋଟି ୨୦ ଲକ୍ଷ ମଞ୍ଜର କରିଛନ୍ତି ମୁଖ୍ୟମନ୍ତ୍ରୀ । ରେଢାଖୋଲ ନିର୍ବାଚନମଣ୍ଡଳିରେ ୫ ଶହ କୋଟିର କାମ ଚାଲିଛି । ୬ ମାସରେ ରେଢେଖାଲ ନିର୍ବାଚନ ମଣ୍ଡଳି ଲାଗି ୭୦ କୋଟି ଟଙ୍କା ମଞ୍ଜର କରିଛନ୍ତି ମୁଖ୍ୟମନ୍ତ୍ରୀ ।ଚଳିତ ମାସ ଶେଷ ସୁଦ୍ଧା ସମ୍ବଲପୁର ଜିଲ୍ଲାରୁ ଚାଲିବ ଲକ୍ଷ୍ମୀ ବସ । ଫେବ୍ରୁଆରୀ ଶେଷ ସୁଦ୍ଧା ପ୍ରତି ପଞ୍ଚାୟତରେ ଖୋଲିବ ଆମ ବ୍ୟାଙ୍କ । ଏହାସହ ଗ୍ରାମାଞ୍ଚଳର ଲୋକେ ବିଏସକେୱାଇ ନବୀନ କାର୍ଡ ଆବେଦନ କରିବାକୁ କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।