spot_img

Latest Posts

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଏବେ ଆର୍ୟୁବେଦିକ ଡାକ୍ତର କରିପାରିବେ ସର୍ଜରୀ

ନୂଆଦିଲ୍ଲୀ: ଆୟୁର୍ବେଦ ଡାକ୍ତରଙ୍କ ପାଇଁ ଖୁସି ଖବର ।  ଆୟୁର୍ବେଦ ଡାକ୍ତରମାନେ ସାଧାରଣ ଏବଂ ଅର୍ଥୋପେଡିକ୍ ସର୍ଜରୀ ସହିତ ଆଖି, କାନ ଏବଂ ଗଳା ଅସ୍ତ୍ରୋପଚାର କରିପାରିବେ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ସେଣ୍ଟ୍ରାଲ୍ କାଉନସିଲ୍ ଅଫ୍ ଇଣ୍ଡିଆନ୍ ମେଡିସିନ୍ ଅନୁଯାୟୀ, ଏବେ ସରକାରଙ୍କ ଠାରୁ ସବୁଜ ସଙ୍କେତ ପାଇବା ପରେ ପିଜି ଛାତ୍ରଛାତ୍ରୀମାନଙ୍କୁ ଅସ୍ତ୍ରୋପଚାର ବିଷୟରେ ସବିଶେଷ ସୂଚନା ଦିଆଯିବ।

ସୂଚନା ଅନୁଯାୟୀ ପୂବର୍ରୁ ଆୟୁର୍ବେଦ ଛାତ୍ରଛାତ୍ରୀମାନଙ୍କୁ ଅସ୍ତ୍ରୋପଚାର ବିଷୟରେ ଶିକ୍ଷା ଦିଆଯାଉଥିଲେ ମଧ୍ୟ ସେମାନେ ଅସ୍ତ୍ରୋପଚାର କରିପାରିବେ କି ନାହିଁ ସେ ବିଷୟରେ କୌଣସି ସ୍ପଷ୍ଟ ଗାଇଡଲାଇନ୍ ନାହିଁ। ସରକାରୀ ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ଆୟୁର୍ବେଦର ଡାକ୍ତରମାନେ ମଧ୍ୟ ଅସ୍ତ୍ରୋପଚାର କରିପାରିବେ, ଯେଉଁଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ।

ଦେଶରେ ଦୂର ହେବ ସର୍ଜନ ଅଭାବ-
କେନ୍ଦ୍ର ସରକାରଙ୍କ ଆୟୁର୍ବେଦର ପୂର୍ବତନ ପରାମର୍ଶଦାତା ଡା. ଏସ. କେ.ଶର୍ମା ଏହି ନିଷ୍ପତ୍ତିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଏପରିକି ସେ ଏହାକୁ ଏକ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି।

ଏଭଳି ନିଷ୍ପତ୍ତି ଦ୍ୱାରା ଦେଶରେ ସର୍ଜନଙ୍କ ଅଭାବ ଦୂର ହେବ । ଏଥିସହିତ ଦୂରଦୂରାନ୍ତର ରୋଗୀମାନଙ୍କୁ ସହରକୁ ଦୌଡିବାକୁ ପଡିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

Latest Posts

Don't Miss