ଅନ୍ନଦାତାଙ୍କୁ ଅଣଦେଖା: ଆନ୍ଦୋଳନରେ ମୃତ ଚାଷୀଙ୍କୁ ସହାୟତା ଦେବାର ପ୍ରଶ୍ନ ଉଠୁନି କହିଲେ କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: ଆଇନ୍ ପ୍ରତ୍ୟାହାର କଲେ, ଏବେବି ଅନ୍ନଦାତାଙ୍କୁ ଅଣଦେଖା। ଚାଷୀ ଆନ୍ଦୋଳନ ବେଳେ କେତେଜଣ ଚାଷୀଙ୍କ ମୃତ୍ୟୁ ହୋଇଛି, ସେନେଇ କେନ୍ଦ୍ର ସରକାରଙ୍କ ପାଖରେ ତଥ୍ୟ ନାହିଁ । ତେଣୁ କାହାକୁ ବି ଆର୍ଥିକ ସହାୟତା ଦେବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

ସଂସଦର ଶୀତକାଳୀନ ଅଧିବେଶନରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ଏହା କହିଛନ୍ତି କୃଷିମନ୍ତ୍ରୀ । ସରକାରଙ୍କ ପାଖରେ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କୁ ନେଇ କଣ ତଥ୍ୟ ଅଛି ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସହାୟତା ଦେବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି କି ? ଏନେଇ ସଂସଦରେ ପ୍ରଶ୍ନ ପଚରାଯାଇଥିଲା । ଯାହାର ଉତ୍ତର ଦେଇଛନ୍ତି କୃଷିମନ୍ତ୍ରୀ । ଏଥିସହ ଚାଷୀଙ୍କ ସହ ସରକାରଙ୍କ ୧୧ ରାଉଣ୍ଡ ଆଲୋଚନା ପରେ ବି କୌଣସି ନିଷ୍କର୍ଷ ବାହାରି ପାରିନଥିବା ଗୃହକୁ ଜଣାଇଛନ୍ତି । ଚାଷୀ ଆନ୍ଦୋଳନ ବେଳେ ୭ଶହରୁ ଅଧିକ ଚାଷୀଙ୍କ ମୃତ୍ୟୁ ହୋଇଥିବା କୃଷକ ସଂଗଠନ ଦାବି କରୁଛନ୍ତି । ସେହିପରି ଚାଷୀଙ୍କ ବିରୋଧରେ କେତେ ମାମଲା ରହିଛି ସେନେଇ ମଧ୍ୟ କେନ୍ଦ୍ର ପାଖରେ ତଥ୍ୟ ନଥିବା କୃଷି ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟକୁ କଡ଼ା ନିନ୍ଦା କରିଛନ୍ତି ବିରୋଧୀ ।

ଏଥିସହିତ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୋକିବାରେ ରହିଛି ବିଜେପି ସାଂସଦଙ୍କ ଷଡ଼ଯନ୍ତ୍ର

Leave a Reply