କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି, ଘରୋଇକରଣ ହେବ ଆଉ ୬ ବିମାନବନ୍ଦର

1 min read

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି । ଦେଶର ଆଉ ୬ଟି ଏୟାରପୋର୍ଟକୁ ଘରୋଇ ସଂସ୍ଥାକୁ ଦିଆଯିବ । ଅର୍ଥାତ୍ ଏହି ବିମାନବନ୍ଦର ଗୁଡ଼ିକର ପରିଚାଳନା ଓ ଅପରେସନ୍ ଘରୋଇ ସଂସ୍ଥା କରିବ । ଏହା ସହିତି ନ୍ୟାସନାଲ୍ ରିକ୍ରୁଟମେଣ୍ଟ ଏଜେନ୍ସି()NRAକୁ କମନ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(CET) କରିବାକୁ ଅଧିକାର ଦିଆଯାଇଛି ।

ଆଜିର ଦିନରେ ଚାକିରି ପାଇଁ ଯୁବକଙ୍କୁ ବହୁତ ପରୀକ୍ଷା ଦେବାକୁ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ବହୁ ପରୀକ୍ଷାକୁ ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଥିବା ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି । ରିକ୍ରୁଟମେଣ୍ଟ ଏଜେନ୍ସି ଏଣିକି କମନ୍ ଏଲିଜିବିଲିଟି ଟେଷ୍ଟ କରିବ । ଏହାଦ୍ୱାରା ଯୁବକଙ୍କୁ ଲାଭ ମିଳିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି- ଦେଶରେ ପାଖାପାଖି ୨୦ଟି ରିକ୍ରୁଟମେଣ୍ଚ ଏଜେନ୍ସି ରହିଛନ୍ତି । ଏହାକୁ ବନ୍ଦ କରିବା ନେଇ ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ନ୍ୟାସନାଲ୍ ରିକ୍ରୁଟମେଣ୍ଟ ଏଜେନ୍ସି ଏବେ କମନ୍ ଏଲିଜିବିଲିଟି ଟେଷ୍ଟ କରିବ । ଏହା ଦ୍ୱାରା ଚାକିରି ପାଇଁ ଆବେଦନ କରୁଥିବା କୋଟି କୋଟି ଯୁବକ ଯୁବତୀ ଉପକୃତ ହେବେ ।

ଯୁବବର୍ଗ ଏନେଇ ବର୍ଷ ବର୍ଷରୁ ଦାବି କରି ଆସୁଥିଲେ । ଏଯାଏଁ ଏହା ଉପରେ ନିଷ୍ପତ୍ତି ହୋଇପାରି ନଥିଲା । ଏହି ନିଷ୍ପତ୍ତି ଦ୍ୱାରା ଯୁବବର୍ଗଙ୍କ ସମସ୍ୟା ଦୂର ହେବା ସହ ପଇସା ମଧ୍ୟ ବଞ୍ଚିବ ବୋଲି କହିଛନ୍ତି ଜାଭେଦକର । କମନ୍ ଏଲିଜିବିଲିଟି ଟେଷ୍ଟ ଆୟୋଜନ ନେଇ ନ୍ୟାସନାଲ୍ ରିକ୍ରୁଟମେଣ୍ଟ ଏଜେନ୍ସି ଉପରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ସିଇଟିର ମେରିଟ୍ ଲିଷ୍ଟ ୩ ବର୍ଷ ଯାଏଁ ବୈଧ ରହିବ । ଏହି ସମୟ ମଧ୍ୟରେ ଆବେଦନକାରୀ ନିଜ ଯୋଗ୍ୟତା ଓ ପସନ୍ଦ ଅନୁସାରେ ବିଭିନ୍ନ କ୍ଷେତ୍ରରେ ଚାକିରି ଆବେଦନ କରିପାରିବେ ।

ଏହା ଛଡ଼ା କ୍ୟାବିନେଟରେ ଆଖୁ ଚାଷୀଙ୍କ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ଏକ କୋଟି ଆଖୁ ଚାଷୀ ଲାଭ ପାଇବେ । କେନ୍ଦ୍ର ସରକାର ବିମାନବନ୍ଦର ଗୁଡ଼ିକ ପାଇଁ ୧ ହଜାର ୭୦ କୋଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଅର୍ଥରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଛୋଟ ସହରରେ ବିମାନବନ୍ଦର ବିକଶିତ କରିବେ । ଏହାଦ୍ୱାରା ଯାତ୍ରୀଙ୍କୁ ଭଲ ସୁବିଧା ମିଳିବ । ତେବେ, ସମ୍ପୂର୍ଣ୍ଣ ଭାବେ ବିମାନବନ୍ଦରକୁ ଘରୋଇକରଣ କରାଯିବ ନାହିଁ । ଘରୋଇ ସଂସ୍ଥା ବିମାନବନ୍ଦରକୁ ୫୦ ବର୍ଷ ପାଇଁ ଲିଜରେ ନେବ । ତାପରେ ବିମାନବନ୍ଦର ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଅଧିନକୁ ଆସିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି ।

ଦେଶର ୬ଟି ବିମାନବନ୍ଦରର ପରିଚାଳନା ସହ ଉନ୍ନତିକରଣ ଦାୟିତ୍ୱ ଘରୋଇ ଠିକା ସଂସ୍ଥାକୁ ଦିଆଯିବା ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏହାର ନିଲାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ସବୁଠୁ ଅଧିକ ଅର୍ଥ ଜୟପୁର, ଗୌହାଟି ଓ ଥିରୁଅନନ୍ତପୁରମ ବିମାନବନ୍ଦର ପାଇଁ ବିଡ୍ ହୋଇଛି ।

Leave a Reply