‘୨୨ ହଜାର କୋଟି ହରାଇଛି ଓଡ଼ିଶା, ବରୋଇଂ ୱିଣ୍ଡୋ ନୁହେଁ ରାଜ୍ୟକୁ ହକ ଦିଅ’

1 min read

ଭୁବନେଶ୍ୱର: ବହୁ ବାଦ ବିବାଦ ପରେ ଓଡ଼ିଶା ସମେତ ୧୬ଟି ରାଜ୍ୟକୁ ପ୍ରଥମ ଦଫାରେ କେନ୍ଦ୍ର ସରକାର ୬ହଜାର କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ଦେବାର ବ୍ୟବସ୍ଥା କରିଛନ୍ତି । ଜିଏସଟି ପ୍ରସଙ୍ଗକୁ ନେଇ ରାଜନୀତି ଥମି ନ ଥିବାବେଳେ କେନ୍ଦ୍ର ସରକାର ୨୦୨୦ -୨୧ ପାଇଁ ସ୍ୱତନ୍ତ୍ର ବରୋଇଂ ବ୍ବିଣ୍ଡୋ ବ୍ୟବସ୍ଥାରେ କ୍ଷତିଭରଣ ନିଷ୍ପତି ନେଇ ପୁଣି ଉଠିଛି ପ୍ରଶ୍ନ । ଏହାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିବାବେଳେ ଏହା ଓଡିଶାକୁ ଦୟା ନୁହେଁ ବରଂ ଓଡିଶା କେବଳ ଏତିକି ଅର୍ଥ ନୁହେଁ ବରଂ ବଳକା ପାଖାପାଖି ସାତ ହଜାର କୋଟି ଟଙ୍କାରୁ ଅଧିକ ଜିଏସଟି କ୍ଷତିପୂରଣ ବାବଦରେ ପାଇବାକୁ ହକଦାର ବୋଲି ବିଜେଡି କହିଛି । ଯାହାର ଜବାବା ରଖିଛି ବିଜେପି ।

ଓଡ଼ିଶା ସମେତ ୧୬ଟି ରାଜ୍ୟକୁ ଜିଏସଟି କ୍ଷତିପୂରଣ କରିବା ପାଇଁ କେନ୍ଦ୍ର କରିଛି ବ୍ୟବସ୍ଥା । ପ୍ରାଥମିକ ପର୍ଯ୍ୟାୟରେ ୨୦୨୦-୨୧ ପାଇଁ ସ୍ୱତନ୍ତ୍ର ବରୋଇଂ ବ୍ବିଣ୍ଡୋ ମାଧ୍ୟମରେ ଆର୍ଥିକ କ୍ଷତିଭରଣାର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ମୋଟ ୬ ହଜାର କୋଟି ଟଂକା ଦେଇଛନ୍ତି । ଯାହାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି । ସାମ୍ବିଧାନିକ ବ୍ୟବସ୍ଥା ଏବଂ ଜିଏସଟି ଆଇନ ଅନୁଯାୟୀ ଓଡିଶା ବର୍ତ୍ତମାନ ସୁଦ୍ଧା ସାତ ହଜାର କୋଟିରୁ ଅଧିକ ଜିଏସଟି କ୍ଷତିପୂରଣ ବାବଦରେ କେନ୍ଦ୍ରଠୁ ପାଇବା କଥା । କିନ୍ତୁ କରୋନା ଆଳ ଦେଖାଇ ଏହାକୁ ନ ଦେଇ ବର୍ତ୍ତମାନ ସାମାନ୍ୟ କିଛି ଅର୍ଥ ଭରଣା କରିବାର ମାନେ କଣ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହାସହ କୋଇଲା ସେସ ବାବଦରେ ଓଡିଶା ୨୨ ହଜାର କୋଟି ଟଙ୍କା ହରାଇଥିବା କଂଗ୍ରେସ ଅଭିଯୋଗ କରିଛି । ଏପରିକି ଏ ଯାଏ କାହିକିଁ କୋଇଲା ରୟାଲଟିକୁ ସଂଶୋଧନ କରାଯାଇ ନାହିଁ ବୋଲି ଦଳ ପ୍ରଶ୍ନ କରିଛି କଂଗ୍ରେସ । ଅପରପକ୍ଷରେ ଏ ପ୍ରସଙ୍ଗରେ ବିଜେଡି ମଧ୍ୟ ରାଜ୍ୟର ଦାବିକୁ ପୁଣି ଦୋହରାଇଛି । ଜିଏସଟି ବାବଦରେ ଓଡିଶା ପାଇବାକୁ ଥିବା ହକ କେନ୍ଦ୍ର ସରକାର ପ୍ରଦାନ କରନ୍ତୁ ଏବଂ କୋଇଲା ରୟାଲିଟି ତିନିବର୍ଷରେ ଥରେ ସଂଶୋଧନ କରିବାକୁ ଦଳ ପୁଣି ଦାବି କରିଛି ।

ଜିଏସ୍‌ଟି  ଓ କୋଇଲା ରୟାଲିଟି ସଂଶୋଧନ ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ଦାବିର  ଚିରାଚରିତ ଉତ୍ତର ରଖିଛି ବିଜେପି । କେନ୍ଦ୍ର ସରକାର ମାଗିବା ପୂର୍ବରୁ ଅର୍ଥ ଦେଉଥିବା ଦଳ କହିଛି ।

ସାରା ବିଶ୍ୱରେ କୋଭିଡ୍ ସଂକ୍ରମଣ ଆହୁରି ଗୁରୁତର ହେବା ନେଇ ଆଶଙ୍କା, ସତର୍କ ରହିବାକୁ WHOର ନିର୍ଦ୍ଦେଶ

ସ୍ୱତନ୍ତ୍ର ବରୋଇଁ ଓ୍ୱିଣ୍ଡୋ ମାଧ୍ୟମରେ ଅର୍ଥ ପାଇବା ପାଇଁ ୨୧ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଂଚଳ ନିଜର ସମ୍ମତି ଜଣାଇଥିଲେ । ଏ ବାବଦରେ କେନ୍ଦ୍ର ପ୍ରସ୍ତାବକୁ ରାଜ୍ୟ ଗ୍ରହଣ କରି ଋଣ କରିଛି । ଜିଏସଟି କ୍ଷତି ବାବଦକୁ ବକେୟା ଅର୍ଥ କେନ୍ଦ୍ର ଉପରେ ପଡ଼ୁଥିବାରୁ ଏହାକୁ ନେଇ ପୁଣି ଜୋର ଧରିଛି ରାଜନୀତି ।

Leave a Reply