spot_img

Latest Posts

କରୋନାଭାଇରସ୍ ଭୟ: ଦୀପିକା-ପ୍ରିୟଙ୍କାଙ୍କୁ WHO ନିର୍ଦ୍ଦେଶକଙ୍କ ଅନୁରୋଧ

ମୁମ୍ବାଇ: କୟା ମେଲାଇବାରେ ଲାଗିଛି କରୋନା ଜୀବାଣୁ । ଦେଶରୁ ଦେଶକୁ ବ୍ୟାପିବାରେ ଲାଗିଛି ଏହି ଜୀବାଣୁ । ଏହାକୁ ବ୍ୟାପିବାରୁ ରୋକିବା ଲାଗି ବିଭିନ୍ନ ସ୍ଥାନରେ ସ୍କୁଲ, କଲେଜ, ଦୋକାନ ବଜାର, ସିନେମା ହଲ୍ ସବୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏହି ବନ୍ଦର ପ୍ରଭାବ ପିଲ୍ମ ଇଣ୍ଡିଷ୍ଟ୍ରି ଉପରେ ମଧ୍ୟ ଦେଖିବାକୁ ମିଳିଛି । କିଛି ଚଳଚ୍ଚିତ୍ରର ସୁଟିଂ ବନ୍ଦ ହୋଇଯାଇଛି ତ କିଛି ଆୱାର୍ଡ ଶୋ’ ସ୍ଥଗିତ ରଖାଯାଇଛି । କୋଭିଡ-୧୯ ଘଟଣାକୁ ଦୃଷ୍ଟିରେ ରଖି ଭାରତ ସମେତ ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ, ସାକ୍ଷାତକାର, ସୁଟିଂର କାର୍ଯ୍ୟକ୍ରମ ବାତିଲ କରାଯାଇଛି । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା WHO ମଧ୍ୟ ସୋସିଆଲ ମିଡିଆରେ ବଲିଉଡ ସେଲିବ୍ରିଟିମାନଙ୍କୁ ଏହି ପ୍ରସଙ୍ଗରେ ସଚେତନତା ପାଇଁ ନିବେଦନ କରିଛି।

କରୋନାଭାଇରସ୍ ଦୁନିଆର ଅନେକ ସ୍ଥାନରେ ବ୍ୟାପି ସାରିଛି । ସୋସିଆଲ ମିଡିଆରେ ମଧ୍ୟ ଏହି ଭୂତାଣୁ ନେଇ ଲୋକମାନେ ସଚେତନତା ବିସ୍ତାର କରୁଛନ୍ତି। ଏହି ପର୍ଯ୍ୟାୟରେ WHO ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଇଡାନମ୍ ଟ୍ୱିଟରରେ ଅନେକ ସେଲିବ୍ରେଟିଙ୍କୁ ଟ୍ୟାଗ୍ କରି ସେମାନଙ୍କୁ ‘ସେଫ୍ ହ୍ୟାଣ୍ଡସ୍ ଚ୍ୟାଲେଞ୍ଜ’ ନେବାକୁ ଅନୁରୋଧ କରିଛନ୍ତି। ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ଟ୍ୟାଗ୍ କରି ସେ କିଛି ବାର୍ତ୍ତା ଲେଖିଛନ୍ତି । ଗ୍ଲୋବାଲ୍ ଷ୍ଟାର୍ସ ସେଫ୍ ହ୍ୟାଣ୍ଡସ୍ ଚ୍ୟାଲେଞ୍ଜକୁ ନେଇ ଭିଡିଓ ସେୟାର କରିବାକୁ କହିଛନ୍ତି ଟେଡ୍ରୋସ୍ ଇଡାନମ୍ ।  ଏହି ଚ୍ୟାଲେଞ୍ଜକୁ ନିଜ ସହ ଆଉ ତିନି ଜଣଙ୍କୁ ନେବାକୁ ମଧ୍ୟ କହିଛନ୍ତି । ସମସ୍ତେ ମିଳିମିଶି ଏହି ଭୂତାଣୁ ସହିତ ମୁକାବିଲା କରିପାରିବା ବୋଲି କହିଛନ୍ତି WHOର ମହାନିର୍ଦ୍ଦେଶକ ।

ଚୀନ୍‌ରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ବର୍ତ୍ତମାନ ସାରା ବିଶ୍ୱରେ ବ୍ୟାପିଛି। ଭାରତରେ ତଥା ସମଗ୍ର ବିଶ୍ୱରେ ଜରୁରୀକାଳୀନ ପରିସ୍ଥିତି ରହିଛି। ଅନେକ ବଡ ଚଳଚ୍ଚିତ୍ରର ବହୁତ କ୍ଷତି ହୋଇଛି । ଅନେକ ସହରରେ ଫିଲ୍ମ ହଲ୍ ବନ୍ଦ ରହିଛି  ଯେଉଁଥିପାଇଁ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡିକର ବହୁ କ୍ଷତି ହୋଇଛି। କରୋନା ଭୂତାଣୁକୁ ମହାମାରୀ ଘୋଷଣା କରଯାଇଥିବାରୁ ବହୁ ସତର୍କତା ଅବଲମ୍ବନ କରାଯାଉଛି। ଏହାପୂର୍ବରୁ ୨୦୦୯ ମସିହାରେ ସ୍ୱାଇନ୍ ଫ୍ଲୁକୁ ମହାମାରୀ ଘୋଷଣା କରାଯାଇଥିଲା। ଠିକ୍ ସେହି ଭଳି ଚଳିତ ବର୍ଷ କରୋନା ପାଇଁ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି । ଏନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହି ସମୟରେ ଲୋକଙ୍କୁ ନିହାତି ଭାବେ ସତର୍କ ରହିବା ଜରୁରୀ ।

 

Latest Posts

Don't Miss