ପ୍ରଣବ ପ୍ରକାଶଙ୍କ ଜନ୍ମଦିନ, ଦଶାଶ୍ୱମେଧ ଘାଟରେ ସମର୍ଥକ ଜାଳିଲେ ଦୀପ

ଯାଜପୁର: ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କର 50 ତମ ଜନ୍ମଦିନକୁ ପାଳନ କରିଛନ୍ତି ପ୍ରଂଶସକ ଏବଂ ଶୁଭେଛୁ  । ଏହି ଅବସରରେ ଯାଜପୁରର ଦଶାଶ୍ୱମେଧ ଘାଟ ନିକଟରେ ବିଧାୟକଙ୍କର ଦୀର୍ଘାୟୁ କାମନା କରି ବୈତରଣୀ ନଦୀ କୂଳରେ ଆଳତୀ ସହ ସମୂହ ଦୀପଦାନ କରାଯାଇଛି । ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ  ।

ନିଜର ପ୍ରିୟ ବିଧାୟକଙ୍କ ଦୀର୍ଘ ଜୀବନ କାମନା ସହ ସଫଳ ଭବିଷ୍ୟତ ନିମନ୍ତେ ବୈତରଣୀ ନଦୀ କୂଳରେ ଦୀପଦାନ କରିଥିଲେ  । କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ମଲ୍ଲିକ, ମ୍ୟୁନିସିପାଲଟିର ଚେୟାରମ୍ୟାନ୍ ରଞ୍ଜୁଲତା ହୋତା, ଯାଜପୁରର ବୁଦ୍ଧିଜୀବୀ ଓ ଅଶୋକ ଦାସ ଫାଉଣ୍ଡେସନର ସଚିବ ଭବ ପ୍ରସାଦ ଦାସ, ଜିଲ୍ଲାପରିଷଦ ସଭ୍ୟଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।