ସିଇସି ଟିମ୍‌ର କେନ୍ଦୁଝର ଗସ୍ତ, ସମୀକ୍ଷା କଲେ ବିଭିନ୍ନ ଜଳ ପ୍ରକଳ୍ପ

1 min read

ଖଣି ପ୍ରଭାବିତ ଅଞ୍ଚଳର ଉନ୍ନତିମୂଳକ କାର୍ଯ୍ୟର ଅନୁଧ୍ୟାନ ପାଇଁ ଗଠିତ ସିଇସି ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛି । ପି.ଭି ଜୟକ୍ରିଷ୍ଣନଙ୍କ ନେତୃତ୍ୱାଧୀନ ଟିମ୍‌ କେନ୍ଦୁଝରର ବିଭିନ୍ନ ଜଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।  ଚମ୍ପୁଆ ସବ୍‌ଡିଭିଜନ୍‌ ଅନ୍ତର୍ଗତ ମିରିଗିସିଙ୍ଗା ଗସ୍ତ କରି ବୃହତ ପାନୀୟ ଜଳ ପ୍ରକଳ୍ପର ସାଇଟ ଭିଜିଟ କରି ଓଏମବିଏଡିସି ଦ୍ୱାରା ଖର୍ଚ୍ଚ ଅର୍ଥର ସମୀକ୍ଷା କରିଛନ୍ତି ।

ନିର୍ମାଣ ହେଉଥିବା ପାନୀୟ ଜଳ ପ୍ରକଳ୍ପର କ୍ଷମତା ୫୯ ଏମଏଲଡି ରହିଥିବାବେଳେ ଚମ୍ପୁଆ ବ୍ଲକର ୨୨ ଗ୍ରାମପଞ୍ଚାୟତ, ଝୁମ୍ପୁରା ବ୍ଲକରେ ୨୨ ଗ୍ରାମପଞ୍ଚାୟତ, କେନ୍ଦୁଝରର ୨୫ ଗ୍ରାମପଞ୍ଚାୟତ, ବାଂଶପାଳର ୨୧ ଗ୍ରାମପଞ୍ଚାୟତର ୫୮୯ ଗାଁକୁ ପାଇପ ଯୋଗେ ଵିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବ୍ୟବସ୍ଥା ହୋଇଛି ।

ଏହି ପ୍ରକଳ୍ପ ଦ୍ୱରା ୭.୧ ଲକ୍ଷ ଲୋକ ଉପକୃତ ହେବେ । ବୃହତ ପାନୀୟ ଜଳ ପ୍ରକଳ୍ପ ପାଇଁ ଡିଏମଏଫ , ଓଏମବିଏଡିସି ଫଣ୍ଡ ମାଧ୍ୟମରେ ୧୦୯୭.୦୪ କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟ ଅଟକଳ କରାଯାଇଛି । ଏହି ଗସ୍ତ ସମୟରେ ଓଏମବିଏଡିସି ସିଇଓ ଉମା ନନ୍ଦୁରୀ, ଜିଏମ ମନୋଜ ମହାପାତ୍ର, ଜିଲ୍ଲାପାଳ, ଡିଏଫଓ ଓ ପିଡି ପ୍ରମୁଖ ଉପସ୍ଥିତ ରହିଥିଲେ । ')}

Leave a Reply