spot_img

Latest Posts

୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତିର ସମୀକ୍ଷା କଲେ ସିଇସି ରାଜୀବ କୁମାର

ଭୁବନେଶ୍ୱର: ତିନିଦନିଆ ଓଡିଶା ଗସ୍ତରେ ନିର୍ବାଚନ କମିଶନର ଓ ଟିମ୍। । ୨୦୨୪ ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରାଜୀବ କୁମାର । ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ମୁଖ୍ୟ ନିର୍ବାଚନ କମିଶନର  ରୁଦ୍ଧଦ୍ବାର ଆଲୋଚନା କରିଛନ୍ତି। ଓଡ଼ିଶାରେ ଆସନ୍ତା ଦିନରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକସଙ୍ଗେ ଅନୁଷ୍ଠିତ ହେବାକୁ ଯାଉଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ମୁକ୍ତ ଓ ଅବାଧ ନିର୍ବାଚନକୁ ଗୁରୁତ୍ଵ ଦେଇଆସୁଛନ୍ତି। ଦୀର୍ଘ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସେବାରେ ବିଜେଡି ସରକାର ସହଯୋଗ କରିଆସୁଛି। ବହୁ ଜନ କଲ୍ୟାଣକାରୀ ଯୋଜନା ମୁଖ୍ୟମନ୍ତ୍ରୀ ଦେଇଛନ୍ତି। ଏସବୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। ନିର୍ବାଚନ ସମୟରେ ଏହିସବୁ ଯେପରି ଚାଲୁ ରହିବ ସେଥିପାଇଁ ଅନୁରୋଧ କରାଯାଇଛି।

ଏପରି ଏକ ଭୁଲ ବୁଝାମଣା ୨୦୧୯ରେ ହୋଇଥିଲା। ଯଦି କିଛି ଆପତ୍ତି ଆସେ ତା ହେଲେ ସରକାରୀ ଦଳକୁ ଶୁଣିବାକୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଉ ବୋଲି କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର । ସେପଟେ EVM, ବୁଥ୍ ସ୍ତରରେ ପ୍ରସ୍ତୁତି ଆଦିର ବି ସମୀକ୍ଷା କରିବେ ଇସିଆଇ । ଏହାସହ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ମୁଖ୍ୟ ନିର୍ବାଚନ ଅଧିକାରୀ, ଗୃହ ସଚିବ, ଉନ୍ନୟନ କମିଶନ ଓ ସବୁ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୧୭ ତାରିଖରେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀ, ମୁଖ୍ଯ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନର ଓ ତାଙ୍କ ଟିମ।

Latest Posts

Don't Miss