ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ, ଜବାବ ଦେଉଛି ଭାରତ

1 min read

ଶ୍ରୀନଗର: ଗୋଟିଏ ପଟେ ଚୀନ ଅନ୍ୟପଟେ ପାକିସ୍ତାନ । ଭାରତର ସୀମାରେ ଦୁଇ ଦେଶର ମନମାନି ଜାରି ରହିଛି । ଆଜି ପୁଣି ସୀମାନ୍ତ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ପୁଞ୍ଚ ଜିଲ୍ଲାର ମନକୋଟ ସେକ୍ଟରରେ ଗତ ରାତିରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ନିୟନ୍ତ୍ରଣ ରେଖା ନିକଟରେ ମୋର୍ଟାର ସହ ଗୁଳି ବର୍ଷଣ କରିଛି ପାକିସ୍ତାନ ସେନା । ଯାହାର ଦୃଢ଼ ଜବାବ ଦେଇଛି ଭାରତୀୟ ସେନା । ଗୁରବାର ଦିନ ମଧ୍ୟ ପାକିସ୍ତାନ ପଟୁ ବିଏସଏଫ କ୍ୟାମ୍ପକୁ ଟାର୍ଗେଟ କରି ଗୁଳିବର୍ଷଣ କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ ଏହାର ଜବାବୀ ହମଲା ପରେ ପ୍ରାୟ ୭ ଘଣ୍ଟା ଧରି ଜାରି ରହିଥିଲା ଗୁଳି ବିନିମୟ । ତେବେ ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି ।

ଅଧିକାରୀମାନଙ୍କ କହିବା ଅନୁସାରେ ପୁଞ୍ଚ ଜିଲ୍ଲାର LOCର ମନକୋଟ ସେକ୍ଟରରେ ବିଳମ୍ବିତ ରାତିରେ ପାକିସ୍ତାନ ମୋର୍ଟାର ମାଡ଼ କରିଥିଲା । ଗୁଳି ବିନିମୟରେ ଭାରତର କୌଣସି କ୍ଷୟକ୍ଷତି ହୋଇଥିବା ଖବର ମିଳିନାହିଁ । ଏନେଇ ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ- ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରି ମନକୋଟ ସେକ୍ଟରରେ ରାତି ପ୍ରାୟ ୨ଟା୩୦ବେଳେ LoC ଉପରେ ଗୁଳି ଚଳାଇ ମୋର୍ଟାର ମାଡ଼ କରିଥିଲା । ସେନା ମଧ୍ୟ ଉପଯୁକ୍ତ ଜବାବ ଦେଇଥିଲା ।

ସୂଚନାଯୋଗ୍ୟ ଯେ, ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ଗୁଳିଗୋଳା ବିନିମୟ ସକାଳ ୫ଟା ୧୦ରେ ବନ୍ଦ ହୋଇଥିଲା । ଗୁରୁବାର ରାତିରେ ମଧ୍ୟ ପାକିସ୍ତାନ ପକ୍ଷରୁ ପ୍ରାୟ ସାତ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ଆତଙ୍କବାଦୀମାନେ ବିଏସଏଫର ପୋଷ୍ଟକୁ ଟାର୍ଗେଟ କରିଥିଲେ । ଯାହାର ଦୃଢ଼ ଜବାବ ବିଏସଏଫ ସୈନିକମାନେ ଦେଇଥିଲେ।

 

Leave a Reply