ପ୍ରତ୍ୟକ୍ଷଦର୍ଶୀଙ୍କ ଦାବି, ଜଳନ୍ତା ହେଲିକପ୍ଟରରୁ ଡେଇଁଥିଲେ ୩ ଜଣ

CDS General Bipin Rawat Chopper Crash, 3 Jumped After Fire In Helicopter

କୁନ୍ନୁର: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ହେଲିକପ୍ଟର ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୧ ଜଣ ପ୍ରାଣ ହରାଇଛନ୍ତି । ଏହା ମଧ୍ୟରେ ଦୁର୍ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ସାମ୍ନାକୁ ଆସିଛି । ଏହି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଦୁର୍ଘଟଣାର ଶିକାର ହେଲିକପ୍ଟର ନିଆଁ ପିଣ୍ଡୁଳା ପାଲଟି ଯାଇଥିଲା ଓ ସେଥିରୁ ତିନି ଜଣ ଜୀବନ ବଞ୍ଚାଇବା ପାଇଁ ଲମ୍ଫ ପ୍ରଦାନ କରିଥିଲେ ।

CDS General Bipin Rawat Chopper Crash, 3 Jumped After Fire In Helicopter

ନିଆଁ ପିଣ୍ଡୁଳାରୁ ଡେଇଁଥିଲେ ତିନି ଜଣ

ପ୍ରତ୍ୟକ୍ଷଦର୍ଶୀ କୃଷ୍ଣାସ୍ୱାମୀଙ୍କ ଅନୁସାରେ ଦୁର୍ଘଟଣା ସମୟରେ ସେ ଘର ଭିତରେ ଥିଲେ । ଏହି ସମୟରେ ସେ ଏକ ଜୋରଦାର ଶବ୍ଦ ଶୁଣିଥିଲେ । ଶବ୍ଦ ଶୁଣି ବାହାରକୁ ଆସିବା ପରେ ନିଆଁ ପିଣ୍ଡୁଳା ପାଲଟିଥିବା ହେଲିକପ୍ଟରକୁ ଗଛ ସହିତ ଧକ୍କା ଖାଉଥିବା ଦେଖିଥିଲେ । ଏହି ସମୟରେ ଜଳନ୍ତା ହେଲିକପ୍ଟରରୁ ୨ରୁ ତିନି ଜଣ ତଳକୁ ଡେଇଁଥିବା ସେ ଦେଖିଥିଲେ ବୋଲି ଦାବି କରିଛନ୍ତି । କୃଷ୍ଣାସ୍ୱାମୀଙ୍କ ଅନୁସାରେ ହେଲିକପ୍ଟର କ୍ରାସ କରିବା ପରେ ସେ ଗାଁ ଲୋକଙ୍କ ସହିତ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ଗାଁ ଲୋକଙ୍କ ସହାୟତାରେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ହୋଇଥିବା ଲୋକ ୮୦ ପ୍ରତିଶତ ପୋଡିଯାଇଥିଲେ ବୋଲି କୃଷ୍ଣାସ୍ୱାମୀ ଦାବି କରିଛନ୍ତି ।

୧୧ ମୃତ,ରାୱତ ଗୁରୁତର

ଏହା ମଧ୍ୟରେ ଦୁର୍ଘଟଣାରେ ୧୧ ଜଣ ପ୍ରାଣ ହରାଇଥିବା ଆଧିକାରିକ ଭାବେ କୁହାଯାଇଛି । ତେବେ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ଚିକିତ୍ସାଧିନ ଅଛନ୍ତି । ସୂଚନାଯୋଗ୍ୟ ଯେ, ବିପିନ ରାୱତ ୱେଲିଂଟନସ୍ଥିତ ଆର୍ମି ବେସକୁ ଲେକଚର ଦେବାକୁ ଯାଉଥିଲେ । ତାଙ୍କ ସହିତ ପତ୍ନୀ ମଧୁଲିକା ଓ ତାଙ୍କ ସହାୟକ ଥିଲେ । ବିପିନ ରାୱତ ଦେଶର ପ୍ରଥମ ସିଡିଏସ ଅଟନ୍ତି ।

Leave a Reply