ପୋଲିସ ଅଧିକାରୀ ସମ୍ମିଳନୀରେ ସିଡିଏସଙ୍କ ବକ୍ତବ୍ୟ, ଶକ୍ତି, ସୁରକ୍ଷା ଏବଂ ଆତ୍ମବିଶ୍ବାସର ସ୍ତମ୍ଭ ‘ଓଡିଶା ପୋଲିସ’

1 min read

ଭୁବନେଶ୍ବର: ୬୨ ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀର ଦ୍ବିତୀୟ ଦିନରେ ଯୋଗଦେଲେ ସିଡିଏସ ବିପିନ ରାୱାତ । ଭର୍ଚୁଆଲରେ ଯୋଗଦେଇ ପୋଲିସ ଅଧିକାରୀ ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିପିନ ରାୱତ । ପୋଲିସକୁ ସୁରକ୍ଷାର ଅଗ୍ରଦୂତ କହିଛନ୍ତି ସିଡିଏସ । ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସକୁ ପ୍ରଶାଂସା କରିବା ସହ ଓଡିଶାରେ ଅପରାଧ ହାର ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ ରହିଥିବା  କହିଛନ୍ତି ରାୱତ ।

ମାଓ ଅଞ୍ଚଳରେ କାର୍ଯ୍ୟ କରୁଥିବା ସମସ୍ତ କେନ୍ଦ୍ରୀୟ ପୋଲିସ ବାହିନୀର ସମନ୍ବୟ ଯୋଗୁଁ ଭଲ ଫଳାଫଳ ମିଳୁଛି  । ଜଳବାୟୁ ପରିବର୍ତ୍ତନ, ଆଞ୍ଚଳିକକରଣ, ବାଣିଜ୍ୟ ଯୁଦ୍ଧ ଓ ଅନ୍ୟାନ୍ୟ ବିକାଶ ଭଳି ଘଟଣା ଗୁଡିକର ଅବନତି ଅସ୍ଥିରତା ଦେଖାଦେବାରେ ଆଶଙ୍କା ରହିଥିବା କହିଛନ୍ତି ସିଡିଏସ ମୁଖ୍ୟ । ତେଣୁ ଦେଶ ସୁରକ୍ଷା ପାଇଁ ଆମ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି  ।  ଆଭ୍ୟନ୍ତରୀଣ ସ୍ଥିରତାକୁ ସୁନିଶ୍ଚିତ କରିବାରେ ପୋଲିସର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ଓଡିଶା ପୋଲିସ ସମସ୍ତ ଲୋକଙ୍କ ପାଇଁ ଶକ୍ତି, ସୁରକ୍ଷା ଏବଂ ଆତ୍ମବିଶ୍ବାସର ସ୍ତମ୍ଭ ହୋଇ ରହିବେ ବୋଲି ବିପିନି ରାୱତ କହିଛନ୍ତି ।

ସମ୍ମିଳନୀରେ ସିସିଟିଏନସ, ଆରକ୍ଷୀ ଆପ୍,  ଏସିଏସଟିଙ୍କ ବିରୋଧରେ ହେଉଥିବା ମାମଲା, ମହିଳା ଓ ଶିଶୁ ସୁରକ୍ଷା, ନ୍ୟାୟିକ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା  । ଏଥିରେ  ସାମାଜିକ କର୍ମୀ ଓ ସମାଜସେବୀ କମଳା ଭାସିନ ଓ ଆଡଭୋକେଟ ଜେନରାଲ ଯୋଗ ଦେଇଥିଲେ । ଫାଇଭ-ଟି ଲାଗୁ ହେବା ପରେ ପୋଲିସ ଥାନା ଓ କର୍ମଚାରୀଙ୍କ କାର୍ଯ୍ୟକାରିତା ଓ ଦକ୍ଷତା ଉପରେ ଆଲୋଚନା ହୋଇଥିଲା  ।

ଭର୍ଚୁଆଲରେ ପ୍ଳାଟଫର୍ମରେ  କଟକ ପୋଲିସ ମୁଖ୍ୟାଳୟରେ ପୋଲିସ ଡିଜିଙ୍କ ସମେତ ବରିଷ୍ଠ ଅଧିକାରୀ ଓ ନିଜ ମୁଖ୍ୟାଳୟରେ କମିଶନରେଟ ପୋଲିସ, ସବୁ ଜିଲ୍ଲାର ଏସ୍‌ପି, ସଶସ୍ତ୍ର ବାଟାଲିଅନ କମାଣ୍ଡାଣ୍ଟ, ରେଞ୍ଜ୍‌ ଆଇଜି, ଡିଆଇଜି ଓ ପ୍ରଶିକ୍ଷଣ ନେଇଥିବା ଆଇପିଏସ ଅଧିକାରୀ, ହୋମଗାର୍ଡ, ଭିଜିଲାନ୍ସ, ଜେଲ୍ ବିଭାଗ ଅଧିକାରୀ ସମ୍ମିଳନୀରେ ସାମିଲ ହୋଇଥିଲେ ।

Leave a Reply