ରାୱତଙ୍କ ପାଇଁ ପ୍ରାର୍ଥନା କରୁଛି ଦେଶ, ଆଗରୁ ମଧ୍ୟ ବିମାନ ଦୁର୍ଘଟଣାର ଶିକାର ହୋଇଛନ୍ତି ସିଡିଏସ୍

CDS Bipin Rawat Was Faced An Chopper Crash In 2016

ନୂଆଦିଲ୍ଲୀ: ବୁଧବାର ସକାଳେ ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ଏଥିରେ ଦେଶର ପ୍ରଥମ ସିଡିଏସ ଜେନରାଲ ବିପିନ ରାୱତ ସବାର ଥିଲେ । ରାୱତଙ୍କ ସହିତ ହେଲିକପ୍ଟରରେ ତାଙ୍କ ପତ୍ନୀ ଓ ଅନ୍ୟ ୧୨ ଜଣ ସେନା ଅଧିକାରୀ ଥିଲେ । ଖରାପ ପାଗ ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଦୁର୍ଘଟଣାରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ତିନିଜଣଙ୍କ ଅବସ୍ଥା ଗୁରୁତର ଅଛି । ତେବେ ପ୍ରଥମ ଥର ପାଇଁ ସିଡିଏସ୍ ବିପିନ ରାୱତ ବିମାନ ଦୁର୍ଘଟଣାର ଶିକାର ହୋଇ ନାହାନ୍ତି । ଏହା ପୂର୍ବରୁ ମଧ୍ୟ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୨୦୧୫ରେ ସେତେବେଳେ ବିପିନ ରାୱତ ଅଳ୍ପକେ ରକ୍ଷା ପାଇଥିଲେ ।

୨୦୧୫ ହେଲିକପ୍ଟର ଦୁର୍ଘଟଣା ଓ ବିପିନ ରାୱତ

ଫେବ୍ରୁଆରୀ ୩, ୨୦୧୫ରେ ହୋଇଥିବା ଏକ ହେଲିକପ୍ଟର ଦୁର୍ଘଟଣାରେ ବିପିନ ରାୱତ ଆହତ ହୋଇଥିଲେ । ସେତେବେଳେ ସେ ସିଡିଏସ ହୋଇନଥିଲେ । ୨୦୧୬ରେ ବିପିନ ରାୱତଙ୍କୁ ଦେଶର ପ୍ରଥମ ସିଡିଏସ ଭାବେ ନିଯୁକ୍ତ କରାଯାଇଥିଲା । ଦୁର୍ଘଟଣା କାଳରେ ବିପିନ ରାୱତଙ୍କ ଲେଫ୍ଟନାଣ୍ଟ୍ ଜେନରାଲ ଥିଲେ । ସେତେବେଳ ସେ ନାଗାଲାଣ୍ଡର ଦିମାପୁର ସ୍ଥିତ ୩ କୋରର ମୁଖ୍ୟାଳୟର ପ୍ରମ୍ମୁଖ ଥିଲେ । ଦୁର୍ଘଟଣା ଦିନ ରାୱତ ଚିତା ହେଲିକପ୍ଟରେ ଯାତ୍ରା କରୁଥିଲେ । କିନ୍ତୁ ଉଡାଣର ମାତ୍ର ଅଳ୍ପ ସମୟ ପରେ ହେଲିକପ୍ଟର ଅନିୟନ୍ତ୍ରିତ ହୋଇ ପଡିଥିଲା । ଏହାପରେ ହେଲିକପ୍ଟର କ୍ରାସ୍ ହୋଇଥିଲା । ଇଞ୍ଜିନ୍ ଫେଲ କାରଣରୁ ହେଲିକପ୍ଟର କ୍ରାସ କରିଥିଲା । ସେତେବେଳେ ରାୱତଙ୍କୁ ମାମୁଲି ଆଘାତ ଲାଗିଥିଲା ।

 CDS Bipin Rawat Was Faced An Chopper Crash In 2016

ଏଥିସହ ପଢ଼ନ୍ତୁ: ପ୍ରତ୍ୟକ୍ଷଦର୍ଶୀଙ୍କ ଦାବି, ଜଳନ୍ତା ହେଲିକପ୍ଟରରୁ ଡେଇଁଥିଲେ ୩ ଜଣ

ସେତେବେଳେ ସେନା ପକ୍ଷରୁ କୁହାଯାଇଥିଲା ଯେ, ହେଲିକପ୍ଟର ଭୂପୃଷ୍ଠରୁ କେଇ ମିଟର ଉପରକୁ ଉଠିବା ପରେ ପରେ ଏହାର ଇଞ୍ଜିନ୍ କାମ କରିନଥିଲା । ଗୋଟିଏ ଇଞ୍ଜିନ୍ ବିଶିଷ୍ଟ ଏହି ହେଲିକପ୍ଟରର ଦୁଇ ପାଇଲଟ ନିୟନ୍ତ୍ରଣ ହରାଇବା ପରେ ଏହା ତଳକୁ ଖସି ପଡିଥିଲା । ତେବେ ସେହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇନଥିଲା । ପରେ ବାୟୁସେନା ହେଲିକପ୍ଟ ଦୁର୍ଘଟଣାର ତଦନ୍ତ ଆଦେଶ ଦେଇଥିଲା ।

Leave a Reply