‘ମାସକ ଭିତରେ ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି’

ଭୁବନେଶ୍ୱର: ଦୁର୍ନୀତିକୁ ରୋକିବା ପାଇଁ ନୂଆ ସରକାରଙ୍କ ନୂଆ ଫଣ୍ଡା। ମାସକ ଭିତରେ ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି। ସିସିଟିଭି ମାଧ୍ୟମରେ ସବୁ ମଣ୍ଡିରେ ଚାଲିଥିବା କାର୍ଯ୍ୟକୁ କରାଯିବ ତଦାରଖ। ମଣ୍ଡିରୁ ମିଲକୁ ଯାଉଥିବା ଗାଡିରେ ଲାଗିବ ଜିପିଏସ୍ । ଗାଡ଼ିରେ ଧାନ କେଉଁ ଆଡ଼କୁ ଯାଉଛି ତାହା ଜଣାପଡ଼ିବ। ଧାନ ମିଲର ପାଖକୁ ଯାଉଛି ନା ବାଟରେ ହେଉଛି ବାଟମାରଣା, ସବୁକୁ କରାଯିବ ତଦାରଖ।

ରାଜ୍ୟରେ ଦୁର୍ନୀତିକୁ ରୋକିବାକୁ କିଛି ଏଭଳି ଢଙ୍ଗରେ ତତ୍ପର ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।