ବନ୍ଧୁକ ନାଁ ଶୁଣି ଚୋର ମାରିଲା ଚମ୍ପଟ, ସିସିଟିଭିରେ ଭିଡ଼ିଓ..

ଭୁବନେଶ୍ୱର:  ରାଜଧାନୀରେ ଚୋରି ଉଦ୍ୟମ ବିଫଳ । ବନ୍ଧୁକ ନାଁ ଶୁଣି ଚୋର ମାରିଲା ଚମ୍ପଟ । ଘର ମାଲିକର ଉପସ୍ଥିତ ବୁଦ୍ଧିଯୋଗୁ ଚୋରିରୁ ବର୍ତ୍ତିଗଲେ । ଭୁବନେଶ୍ବରର ଭିଏସଏସ୍ ନଗରରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଓ କୌତୁହଳ ଘଟଣା । ଗତକାଲି ବିଳମ୍ବିତ ରାତିରେ ଏକ ଘର ଝରକା ଭାଙ୍ଗି ଚୋର ପଶିଥିଲେ । ଗୋଟିଏ ଘରେ କବାଟ ବନ୍ଦ କରି ଅନ୍ୟ ଘରେ ଚୋରି କରୁଥିଲେ ।

ଚୋରଙ୍କ ଶବ୍ଦ ଶୁଣି ମାଲିକ ଉଠିପଡ଼ିଥିଲେ  । ଏବଂ ସେହି ସମୟରେ ବନ୍ଧୁକ ଆଣିବା ନେଇ ମିଛରେ କହିଥିଲେ  । ସେପଟେ ମାଲିକଙ୍କ ବନ୍ଧୁକ ଶବ୍ଦଟି ଚୋରଙ୍କ କାନରେ ପଡ଼ିବା ମାତ୍ରେ ଛୁ ମାରିଥିଲେ ଚୋର  । ଘରର ମାଲିକ ପ୍ରବେଶ କୁମାର ସାହୁ ଉଠି ବନ୍ଧୁକ ଆଣିବାକୁ ମିଛରେ ପାଟି କରିବାରୁ ପଳାଇଥିଲେ  ଚୋର । ଯାହାକି ସିସିଟିଭିରେ କଏଦ ହୋଇଛି ଘଟଣା ବେଳର ଦୃଶ୍ୟ । ଏହି ଘଟଣାର ଏବେ ତଦନ୍ତ ଆରମ୍ଭ କରିଛି ସହିଦନଗର ପୋଲିସ  ।

ରାଜତଦାନୀରେ ବିଭିନ୍ନ ସମୟରେ ଚୋରି ରାହାଜାନୀ ଘଟୁଛି  । ଅନେକ ସ୍ଥାନରେ ଚୋର ଚୋରି କରିବା ସହ ଘରେ ଥିବା ଲୋକମାନଙ୍କୁ ମଧ୍ୟ ଅସହ୍ୟ ନିର୍ଯାତନା ଦେଉଛନ୍ତି  । କିନ୍ତୁ ଏଭଳି ଏକ ରୋଚକ ଚୋର ପୁଲିସ ଖେଳ ବେଶ କୌତୁହଳ ପାଲଟିଛି  । ଚୋର ଠାରୁ ମାଲିକ ବେସ ଚାଲାକି ହୋଇ ପଡିଛନ୍ତି  ।