ନନ୍ଦିଘୋଷ ବ୍ୟୁରୋ : ଲୋମଟାଙ୍କୁରା ମର୍ଡର ର ଛାତିଥରା ସିସିଟିଭି । ଦେହ ଶୀତେଇ ଗଲା ଭଳି ଦୃଶ୍ୟ କ୍ୟାମେରାରେ କଏଦ । ତ୍ରିକୋଣୀୟ ପ୍ରେମରୁ ନିର୍ମମ ହତ୍ୟା ଘଟଣାରେ ୪ ଜଣଙ୍କ ସମ୍ପୃକ୍ତି ସନ୍ଦେହ । ଭୁବନେଶ୍ବର ନିଳାଦ୍ରୀବିହାର ମର୍ଡର କେସରେ ଜିଲ୍ଲା ବାହାରେ ଚଢ଼ାଉ କରୁଛି ଟିମ । ସେପଟେ ଗାଡ଼ି ମାଳିକାଣିଙ୍କୁ ଦ୍ୱିତୀୟ ଦିନରେ ଜେରା ।
ସିସିଟିଭି କହିବ ସତ୍ୟବ୍ରତ ମର୍ଡର ପଛର ସତ । ଇସାରା ଦେଇଥିଲା ଲଭର୍, ଦିନେଶ ସାଜିଲା କିଲର୍ । ସସପେନ୍ସ ବଢ଼ାଇଲା ଶିଶୁଭବନ ଆକ୍ସିଡେଣ୍ଟ । ମର୍ଡର ମିଷ୍ଟ୍ରିରେ ମୋହରା ବନିଲେ କି ଗାଡ଼ି ମାଳିକାଣି ? ୯ ଫେବୃଆରୀ ରାତି ପ୍ରାୟ ଗୋଟାଏ ୩୧ । ତଣ୍ଟି କାଟିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୌଡୁଛନ୍ତି ସତ୍ୟବ୍ରତ ପ୍ରଧାନ । ପଛରେ ଗାର୍ଲଫ୍ରେଣ୍ଡ ଲିଜା ଓ ତାଙ୍କର ବୟଫ୍ରେଣ୍ଡ ଦିନେଶ । ଆଉ ଗୋଟେ ୪୨ ରେ କାମ ତମାମ କରି ଫେରୁଛନ୍ତି ଦୁହେଁ । ଚନ୍ଦ୍ରଶେଖରପୁର ଥାନା ଅଧୀନ ନିଳାଦ୍ରୀ ବିହାର ସେକ୍ଟର ୨ ମର୍ଡର ଘଟଣାର ଇଏ ହେଉଛି ସିସିଟିଭି । କ୍ରାଇମ ପ୍ଲଟ ତିଆରି କରିବା ପର ର ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ପାଖାପାଖି ୫ ଶହ ମିଟର ଦୌଡ଼ିବା ପରେ ରାସ୍ତାରେ ପଡିଯାଇଥିଲେ ସତ୍ୟବ୍ରତ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେବାବେଳେ ମୃତ୍ୟୁ ଘଟିଥିଲା । ଆଉ ତା ପରେ ସାମ୍ନାକୁ ଆସିଥିଲା ତ୍ରିକୋଣୀୟ ପ୍ରେମ କାହାଣୀର ଚରମ ପରିଣତି।
କିଙ୍ଗପିନ ଲିଜାକୁ କାବୁ କରିଛି ପୋଲିସ୍ । ଅନ୍ୟତମ ଅଭିଯୁକ୍ତ ଦିନେଶ ଓ ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ଜିଲ୍ଲା ବାହାରେ ଚଢ଼ଉ ଜାରି ରଖିଛି ସ୍ପେଶାଲ ଟିମ । ପ୍ରେମ ଋତୁରେ ପ୍ରେମିକା ଯେ କେତେ ଭୟଙ୍କର ସାଜିପାରେ ତାର ମଧ୍ୟ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ସେପଟେ ମୃତକ ଚଳାଉଥିବା ଏହି ହୋଣ୍ଡାସିଟି ଗାଡିକୁ ଫେରାର କରାଉଥିବା ବେଳେ ଗତକାଲି ସକାଳୁ ଘଟିଥିଲା ଭୟଙ୍କର ଦୁର୍ଘଟଣା । କ୍ୟାପିଟାଲ ଥାନା ପୋଲିସ ଗାଡିକୁ ଜବତ କରିଛି । ଡ୍ରାଇଭରକୁ ଅଟକ ରଖିଛି । ଦୁର୍ଘଟଣାରେ ଗାଡିର ଦୁଇଟି ସେଫଟି ବେଲୁନ ବାହାରିପଡିଥିବା ବେଳେ ମାଳିକାଣିଙ୍କୁ ଦ୍ୱିତୀୟ ଥର ପାଇଁ ଜେରା କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।
ବିଗତ ୮ ମାସ ହେଲା ଦିନେଶ ସହ ଏଇ ଘରେ ଲିଭ ଇନ ରେ ରହୁଥିଲେ ଲିଜା । ପାର୍ଲରରେ କାମ କରୁଥିଲେ ମଧ୍ୟ ସଫ୍ଟୱେର କମ୍ପାନୀରେ କାମ କରୁଥିବା ଘର ମାଲିକଙ୍କୁ ଜଣାଇଥିଲେ । କିନ୍ତୁ ମୃତ ସତ୍ୟବ୍ରତ ଏସବୁ କେମିତି ଜାଣିପାରିନଥିଲେ, ତାହା ଏବେ ସୃଷ୍ଟି କରିଛି ବଡ଼ ପ୍ରଶ୍ନ ।

