ଲୋକଙ୍କୁ ଭକୁଆ ବନାଉଛନ୍ତି ଆମାଜନ୍‌ ଓ ଫ୍ଳିପ୍‌କାର୍ଟ !: ତଦନ୍ତ ନିର୍ଦ୍ଦେଶ ଦେଲେ ସିସିଆଇ

1 min read

ନୂଆଦିଲ୍ଲୀ: ଦେଶରେ ସର୍ବାଧିକ ବ୍ୟବହୃତ ଇ-କମର୍ସ ଓ୍ୱେବ୍‌ସାଇଟ ଆମାଜାନ୍‌ ଓ ଫ୍ଳିପ୍‌କାର୍ଟ ପକ୍ଷରୁ ଦିଆଯାଉଥିବା ଡିସ୍‌କାଉଣ୍ଟର ହେବ ତଦନ୍ତ । ଏନେଇ ନିର୍ଦ୍ଦେଶ ଦେଇଛି କମ୍ପିଟିସନ୍‌ କମିଶନ ଅଫ୍‌ ଇଣ୍ଡିଆ ବା ସିସିଆଇ ।

ଏହି ୨ ଓ୍ୱେବସାଇଟ୍ ନିର୍ଦ୍ଦିଷ୍ଟ ଭାବେ କିଛି ସେଲରଙ୍କୁ ସେମାନଙ୍କ ପ୍ରଡକ୍ଟ ବିକ୍ରି ନିମନ୍ତେ ସହଯୋଗ କରିବା ସହ ସେମାନଙ୍କ ସାମଗ୍ରୀଙ୍କୁ ଅଧିକ ପ୍ରମୋଟ୍ କରୁଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀ ବ୍ୟବସାୟୀ ମହାସଂଘ ପକ୍ଷରୁ ଅଭିଯୋଗ ପରେ ସିସିଆଇ ପକ୍ଷରୁ ତଦନ୍ତ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।

ସିସିଆଇ ପକ୍ଷରୁ ଦିଆଯାଇଥିବା ୧୧ ପୃଷ୍ଠା ବିଶିଷ୍ଟ ନିର୍ଦ୍ଦେଶନାମାରେ ଆମାଜନ୍‌ ଓ ଫ୍ଳିପ୍‌କାର୍ଟ ଦ୍ୱାରା ୪ଟି ଆଣ୍ଟି କମ୍ପିଟିସନ୍ ପ୍ରାକ୍ଟିସ୍ ହୋଇଥିବା ଦେଖାଯାଇଛି । ଏକ୍ସକ୍ଳୁସିଭ୍‌ ମୋବାଇଲ୍ ଫୋନ୍ ବିକ୍ରି ବେଳେ କିଛି ନିର୍ଦ୍ଦିଷ୍ଟ ସେଲରଙ୍କୁ ପ୍ରମୋଟ କରାଯାଉଥିବା କୁହାଯାଉଛି ।

ଅପରପକ୍ଷରେ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତକୁ ସ୍ୱାଗତ କରିଛି ଆମାଜନ୍‌ । ସେହିପରି ସିସିଆଇ ପକ୍ଷରୁ ଜାରି ନିର୍ଦ୍ଦେଶର ସମୀକ୍ଷା କରାଯାଉଥିବା କହିଛିନ୍ତି ଫ୍ଳିପ୍‌କାର୍ଟର ସିନିୟର ଭାଇସ୍ ପ୍ରେସିଡେଣ୍ଟ ।

ସିସିଆଇ କ’ଣ: ୨୦୦୨ରେ ସଂସଦରେ ଦି କମ୍ପିଟସନ୍‌ ଆକ୍ଟ-୨୦୦୨ ପାସ୍‌ କରାଯାଇଥିଲା । ତଦ୍‌ନୁଯାୟୀ ୧୪ ଅକ୍ଟୋବର ୨୦୦୩ରେ କମ୍ପିଟିସନ୍‌ କମିଶନ୍‌ ଅଫ୍‌ ଇଣ୍ଡିଆ ଗଠନ ହୋଇଥିଲା । ଯାହା ମାର୍କେଟରେ କମ୍ପିଟିସନ୍‌ ବଜାୟ ରଖିବା ନେଇ ଧ୍ୟାନ ଦେବ । ଯାହା ଦ୍ୱାରା ଦେଶର ଜନସାଧାରଣର କମରୁ କମ୍ ଦାମରେ ସେମାନଙ୍କ ଆବଶ୍ୟକ ସାମଗ୍ରୀ ପାଇପାରିବେ । ଗ୍ରାହକଙ୍କୁ ହାନି ପହଞ୍ଚାଇଲା ଭଳି ପ୍ରଡକ୍ଟକୁ ମାର୍କେଟରୁ ହଟାଇବା ଦିଗରେ ମଧ୍ୟ କାର୍ଯ୍ୟ କରେ ସିସିଆଇ ।

Leave a Reply