ଗୁଗଲ୍‌ ଗଣିବ ଜରିମାନା, ସପ୍ତାହରେ ଦୁଇ ଥର ଗଣିଲାଣି ଦୁଇ ହଜାର କୋଟି

1 min read

ଭୁବନେଶ୍ବର: ସର୍ଚ୍ଚ ଇଞ୍ଜିନ୍ ଗୁଗଲକୁ ୯୩୬ କୋଟି ଟଙ୍କାର ଜରିମାନା । କମ୍ପାନୀର ମନମୁଖି କାର୍ଯ୍ୟ ବନ୍ଦ କରିବାକୁ ପୁଣି ଥରେ ଗୁଗଲ ଉପରେ ଜରିମାନା ଲଗାଇଛି କମ୍ପିଟିସନ କମିଶନ ଅଫ ଇଣ୍ଡିଆ ବା CCI । ପ୍ଲେ ଷ୍ଟୋର ନୀତିରେ ଗୁଗଲର ଦବଦବା ରହିଥିବା ବେଳେ ଏହାକୁ କମ୍ପାନୀ ନିଜର ଫାଇଦା ପାଇଁ ଅପବ୍ୟବହାର କରୁଛି ।

ଏଥିପାଇଁ ସଂସ୍ଥା ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା ଲଗାଇଛି ସିସିଆଇ । ୭ ଦିନ ତଳେ ଗୁଗଲ ଉପରେ ସିସିଆଇ ୧୩୩୮ କୋଟି ଟଙ୍କା ଜୋରିମାନା ଲାଗୁ କରିଥିଲା । ଏହାସହ ବେଆଇନ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ କରିବାକୁ ମଧ୍ୟ ଗୁଗଲକୁ ନିର୍ଦ୍ଦେଶ ଦିଆଯାଇଥିଲା ।