ଆସନ୍ତାକାଲି ପ୍ରକାଶ ପାଇବ CBSE ଦଶମ ଶ୍ରେଣୀ ଫଳ

1 min read

ନୂଆଦିଲ୍ଲୀ: ଆସନ୍ତାକାଲି ସିବିଏସଇର ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶିତ ହେବ । ଏସମ୍ପର୍କରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି । ଟ୍ୱିଟ୍ କରି ସେ କହିଛନ୍ତି ଯେ, ଆସନ୍ତାକାଲି ସିବିଏସଇର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହେବ । ଏଥିପାଇଁ ମୁଁ ସମସ୍ତ ପରିକ୍ଷାର୍ଥୀଙ୍କୁ ଶୁଭେଛା ଜଣାଉଛି ।  ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ସୋମବାର ଦିନ ସିବିଏସଇର ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶିତ ହୋଇଥିଲା ।  ଚଳିତ ବର୍ଷ ସିବିଏସଇର ଦ୍ୱାଦଶ ଶ୍ରେଣୀର ରିଜଲ୍ଟର ମେରିଟ୍ ଲିଷ୍ଟ୍ ଜାରି କରାଯାଇନାହିଁ । ତେବେ ୧୫ ତାରିଖ ଦିନ କେଉଁ ସମୟରେ ପରିକ୍ଷ ଫଳ ପ୍ରକାଶିତ ହେବ ତାକୁ ନେଇ ସେ କୌଣସି ସୂଚନା ଦେଇ ନାହାନ୍ତି ।

କେମିତି ଦେଖିବେ ରିଜଲ୍ଟ ?

-ସିବିଏସଇ ୱେବସାଇଟକୁ ଯିବେ

– cbseresults.nic.inରେ ଆପଣଙ୍କୁ ଦଶମ ଶ୍ରେଣୀ ରିଜଲ୍ଟର ଲିଙ୍କ୍ ମିଳିବ

-ଯାହା ଉପରେ କ୍ଲିକ୍ କରିଲେ ନୂଆ ପେଜ୍ ଖୋଲିବ

-ନୂଆ ପେଜରେ ଆପଣଙ୍କୁ ନିଜ ରୋଲ ନମ୍ବର ଓ ବିବରଣ ଦେବାକୁ ହେବ

-ଏହା ପରେ ଆପଣ ରିଜଲ୍ଟ ଦେଖି ପାରିବେ

ଚଳିତ ବର୍ଷ ବିଦ୍ୟାର୍ଥୀ ଏସଏମଏସ ଓ ଆଇଭିଆରଏସ ଜରିଆରେ ମଧ୍ୟ ରିଜଲ୍ଟ ଜାଣି ପାରିବେ । ଦ୍ୱାଦଶ ପରିକ୍ଷାରେ ପ୍ରଥମ ଥର ପାଇଁ କୌଣସି ଛାତ୍ରଙ୍କୁ ଏଥରକ ଫେଲ୍ କରାଯାଇନଥିଲା । ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ରିଜଲ୍ଟ ଗତ ବର୍ଷ ତୁଳନାରେ  ୫ ପ୍ରତିଶତ ଅଧିକ ରହିଥିଲା ।

Leave a Reply