ଏଣିକି CBSE ଘୋଷଣା କରିବନି ମାର୍କ ଓ ଡିଭିଜନ

1 min read

ଭୁବନେଶ୍ବର: ଏଣିକି ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷାର୍ଥୀ ରଖିଥିବା ମାର୍କ କିମ୍ବା ଡିଭିଜନ ଘୋଷଣା କରିବ ନାହିଁ । ଏପରିକି ଦଶମ ଓ ଦ୍ବାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଗ୍ରେଡ, ଡିଭିଜନ କି ଡିସ୍ଟିକସନ ଦିଆଯିବ ନାହିଁ । ଏଭଳି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ଠାରୁ ଆସିଥିବା ଆପତ୍ତି ଅଭିଯୋଗ ଶୁଣିବା ପରେ, ପରୀକ୍ଷା ବାଇ-ଲ ଚାପଟର-୭ର ସବସେକ୍ସନ ୪୦.୧ ଅନୁଯାୟୀ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ସିବିଏସଇ ପରୀକ୍ଷା ନିୟନ୍ତ୍ରକ ଡାକ୍ତର ସନ୍ୟାମ ଭରଦ୍ବାଜ  । ଏଭଳି ନିଷ୍ପତି ଛାତ୍ରଛାତ୍ରୀଙ୍କ ପରୀକ୍ଷା ବୋଝକୁ ହାଲୁକା କରିବାରେ ସହାୟକ ହେବ । ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସିବିଏସଇ ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଡିଭିଜନ, ଏଗ୍ରୀଗେଟ କିମ୍ବା ଡିସ୍ଟିଙ୍କ୍ସନ ଦିଆଯାଉନଥିଲା । କେବଳ ଗ୍ରେଡ୍ ଦିଆଯାଉଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଗ୍ରହଣ କରିପାରୁଥିଲେ । ସିବିଏଇର ଏହି ନିଷ୍ପତ୍ତି ଛାତ୍ରଛାତ୍ରୀ କେବଳ ପରୀକ୍ଷା ପାଇଁ ପାଠ ନପଢି  ଜ୍ଞାନ ଆହରଣ କରିବା ଉଦ୍ଦେଶ୍ୟରେ ପାଠ ପଢିପାରିବେ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି