ଲକ୍ଷେରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଚାହୁଁଛନ୍ତି ବାତିଲ୍ ହେଉ CBSE ବୋର୍ଡ ପରୀକ୍ଷା

1 min read
CBSE Responds As Over 1 Lakh Students Want Board Exams Cancelled

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଅନ୍ୟପଟେ ମେ’ ମାସରେ ସିବିଏସଇ ବୋର୍ଡ ପରୀକ୍ଷା କରିବାକୁ ଧାର୍ଯ୍ୟ କରିଛି । ବୋର୍ଡଲ ପରୀକ୍ଷା ବାତିଲ୍ କିମ୍ବା ଅନଲାଇନ୍ ମୋଡରେ କରିବାକୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଏନେଇ ସେମାନେ ଏକ ପିଟିସନ୍ ସାଇନ୍ କରିବା ସହ ସରକାରଙ୍କୁ ଦେଇଛନ୍ତି ।

ଟ୍ୱିଟରରେ #CancelBoardExams2021 ଗତ ୨ ଦିନ ହେଲା ଟ୍ରେଣ୍ଡ କରୁଛି । ଯେତେବେଳକି CBSE, CISCE କହିଛନ୍ତି ପରୀକ୍ଷା ସମୟରେ ସମସ୍ତ କୋଭିଡ୍-୧୯ ନିର୍ଦ୍ଦେଶାବଳୀକୁ ଅନୁକରଣ କରାଯିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ କୋଭିଡ୍ ପ୍ରୋଟୋକଲ୍ ପାଳନ କରାଯିବ । ଏଥିସହ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି । ସାମାଜିକ ଦୂରତା ରକ୍ଷା କରିବାକୁ ସେଣ୍ଟର ସଂଖ୍ୟା ୪୦ରୁ ୫୦ ପ୍ରତିଶତ ବଢ଼ିଛି । ପରୀକ୍ଷା କେନ୍ଦ୍ରରେ ସମସ୍ତ କର୍ମଚାରୀଙ୍କୁ ସାନିଟାଇଜ୍ କରାଯିବ ବୋଲି ସିବିଏସଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

CBSE Responds As Over 1 Lakh Students Want Board Exams Cancelled

ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ସ୍ଥିତି ବିଗିଡ଼ିବାରେ ଲାଗିଛି । ଦେଶରେ କରୋନା ସଂକ୍ରମଣ ମାମଲା ବହୁତ କମ୍ ଥିବାବେଳେ ବଳକା ଥିବା ପରୀକ୍ଷାକୁ ବାତିଲ୍ କରାଯାଇଥିଲା । ଏବେ ସଂକ୍ରମଣ ପିକରେ ଥିବାବେଳେ ସ୍କୁଲ୍ ଖୋଲିବାକୁ ଯୋଜନା କରାଯାଉଛି । ଶିକ୍ଷା ମନ୍ତ୍ରୀ ଦୟାକରି ଏହା ଉପରେ ଧ୍ୟାନ ଦେଇ ଛାତ୍ରଛାତ୍ରୀ ଚାପରେ ଥିବାରୁ ଚଳିତ ବର୍ଷର ସମସ୍ତ ପରୀକ୍ଷା ବାତିଲ୍ କରନ୍ତୁ ବୋଲି ପିଟିସନରେ କୁହାଯାଇଛି ।

ସାଧାରଣତଃ ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରୀରେ ଏବଂ ଲିଖିତ ପରୀକ୍ଷା ଫେବ୍ରୁଆରୀରେ ଆରମ୍ଭ ହୋଇ ମାର୍ଚ୍ଚ ମାସରେ ସରିଥାଏ । ଯେତେବେଳେ କି ମହାମାରୀ କରୋନା ପାଇଁ ପରୀକ୍ଷା ବିଳମ୍ବିତ ହେବା ସହ ମେ’-ଜୁନରେ କରିବାକୁ ଧାର୍ଯ୍ୟ କରାଯାଇଛି । ଦେଶବ୍ୟାପୀ ଗତବର୍ଷ ମାର୍ଚ୍ଚ ଶେଷରୁ ସ୍କୁଲ୍ ବନ୍ଦ ରହିଛି । ଏକାଧିକ ରାଜ୍ୟ ଗତବର୍ଷ ଅକ୍ଟୋବରରେ ଆଂଶିକ ଭାବେ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରିଥିଲେ । ତେବେ ଶ୍ରେଣୀଗୃହ ଶିକ୍ଷାଦାନ ପରେ ମାମଲା ବଢ଼ିବାରୁ ପୁଣି କ୍ଲାସ୍ ବାତିଲ୍ କରାଯାଇଥିଲା ।

ଗତବର୍ଷ ମାର୍ଚ୍ଚ ଅଧାରୁ ସ୍ଥଗତି ରହିଥିବା ବୋର୍ଡ ପରୀକ୍ଷା ପରେ ବାତିଲ୍ ହୋଇଥିଲା । ବିକଳ୍ପ ଆସେସମେଣ୍ଟ ସ୍କିମ୍ ମାଧ୍ୟମରେ ପ୍ରକାଶ ପାଇଥିଲା ପରୀକ୍ଷା ଫଳ । ଉଭୟ CBSE ଓ CISCE ଗତବର୍ଷ ମେରିଟ୍ ଲିଷ୍ଟ ପ୍ରକାଶ କରିନଥିଲେ ।

Leave a Reply