ଦେଶର ବିଭିନ୍ନ ରାଜ୍ଯରେ ଥିବା ୨୦ ସ୍କୁଲର ମାନ୍ଯତା ରଦ୍ଦ କରିଛି CBSE

1 min read

ନୂଆଦିଲ୍ଲୀ : ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE)ର କଡା ଆକ୍ସନ । ଦେଶର ବିଭିନ୍ନ ରାଜ୍ଯରେ ଥିବା ୨୦ ସ୍କୁଲର ମାନ୍ଯତା ରଦ୍ଦ କରିଛି ସିବିଏସଇ । ସ୍କୁଲରେ ଅଚାନକ ଭାବେ ଚଢାଉ କରି ଦୃଢ କାର୍ଯ୍ଯାନୁଷ୍ଠାନ ନେଇଛି ବୋର୍ଡ । ଚଢାଉ ବେଳେ ଅନେକ ବିଦ୍ଯାଳୟରେ ଡମି ବା ନକଲି ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇଥିବା ନେଇ ଜଣାପଡିଛି । ଏଥିସହିତ ସଠିକ ଯୋଗ୍ଯତା ନଥିବା ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ହେଉଥିବା ନେଇ ଜଣାପଡିଛି । ସମସ୍ତ ରେକର୍ଡ ଯାଞ୍ଚ ପରେ ବୋର୍ଡ ପକ୍ଷରୁ ୨୦ଟି ବିଦ୍ୟାଳୟର ମାନ୍ୟତା ବାତିଲ କରିବା ସହ ତିନୋଟି ବିଦ୍ୟାଳୟକୁ ଡାଉନଗ୍ରେଡ୍ କରିଛି ।

ସେଥିମଧ୍ଯରୁ ଦିଲ୍ଲୀର ପାଞ୍ଚଟି ବିଦ୍ଯାଳୟର ମାନ୍ଯତା ବାତିଲ କରାଯାଇଛି । ସେହିପରି ଭାବେ ଉତ୍ତରପ୍ରଦେଶର ୩ଟି ବିଦ୍ଯାଳୟର ମାନ୍ଯତା ବାତିଲ କରାଯାଇଛି ।  ଏଥିସହିତ ଛତିଶଗଡ,ମହାରାଷ୍ଟ୍ର,ରାଜସ୍ଥାନ,କେରଳର କିଛି ବିଦ୍ଯାଳୟର ମାନ୍ଯତା ମଧ୍ଯ ରଦ୍ଦ କରାଯାଇଛି । ଓଡିଶାର କୌଣସି ବିଦ୍ଯଳୟର ମାନ୍ଯତା ରଦ୍ଦ ହୋଇନାହିଁ ।