ଓଡ଼ିଆ ଭାଷାକୁ ଗୌଣଭାଷା କହିବା ପ୍ରସଂଗରେ ସିବିଏସ୍‌ଇର ସ୍ପଷ୍ଟୀକରଣ

1 min read

ଭୁବନେଶ୍ୱର: ଓଡ଼ିଆ ଭାଷାକୁ ଗୌଣଭାଷା କହିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଲା ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ବା ସିବିଏସଇ । କୌଣସି ଭାଷା ଗୌଣ ନୁହେଁ । ବୋର୍ଡ ପକ୍ଷରୁ ପ୍ରଶାସନିକ ପ୍ରକ୍ରିୟାରେ ଟର୍ମ- ୧ ପରୀକ୍ଷା ପାଇଁ ବ୍ୟବହାର ହେଉଥିବା ଭାଷାକୁ ନେଇ ବର୍ଗୀକରଣ କରାଯାଇଥିଲା । ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟରେ ଦେଉଥିବା ପରୀକ୍ଷା ଆଧାରରେ ବର୍ଗୀକରଣ କରାଯାଇଥିଲା । ବିଶେଷକରି ଆପ୍ଲାଏଡ ମ୍ୟାଥ୍ , ଇଂରାଜୀ ଇଲେକ୍ଟିଭ୍ ଓ ଆଞ୍ଚଳିକ ଭାଷାଗୁଡ଼ିକର ଡେଟ୍ ସିଟ୍‌ରେ ବିଷୟଗୁଡ଼ିକ ଉଲ୍ଲେଖ ଥାଏ । ବୋର୍ଡ ପାଇଁ ସବୁ ବିଷୟ ସମାନ ଗୁରୁତ୍ୱ ବହନ କରୁଛି । ଏସବୁ ବିଷୟକୁ ବୋର୍ଡର ପ୍ରଶାସନିକ ପ୍ରକ୍ରିୟାରେ ଗୌଣ ବିଭାଗରେ ରଖାଯାଇଛି । ଏକାଡେମିକ ଦୃଷ୍ଟିରୁ କୌଣସ ବିଷୟ ଗୌଣ ନୁହେଁ ବୋଲି ସ୍ପଷ୍ଟୀକରଣ ରଖିଛି ସିବିଏସଇ । ଗତକାଲି ଏହି ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

 ଓଡ଼ିଆ ଭାଷାକୁ ଗୌଣଭାଷା ବର୍ଗରେ ସିବିଏସ୍‌ଇ ରଖିବା ନେଇ ଉତ୍କଳ ସମ୍ମିଳନୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ସିବିଏସଇ ଓଡ଼ିଆ ଭାଷା ସମ୍ପର୍କରେ ଜାଣିନି । ନିଜ ଅଜ୍ଞତାର ପରିଚୟ ଦେଇଛି ବୋଲି ଉତ୍କଳ ସମ୍ମିଳନୀ ସଭାପତି ଅଦ୍ୱେତ ପାତ୍ର କହିଛନ୍ତି । ସିବିଏସ୍‌ଇ ନିଷ୍ପତ୍ତିକୁ ବିରୋଧ କରାଯିବ । ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖାଯିବ । ତୁରନ୍ତ ଓଡ଼ିଆ ଭାଷାକୁ ସିବିଏସ୍‌ଇ ପ୍ରମୁଖ ଭାଷା ବର୍ଗରେ ରଖିବା ପାଇଁ ଉତ୍କଳ ସମ୍ମିଳନୀ ସଭାପତି ଅଦ୍ୱୈତ ପାତ୍ର ଦାବି କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଉରକେଲା ସେଣ୍ଟମେରୀ ସ୍କୁଲର ୫୧ଜଣ ଛାତ୍ରୀଙ୍କୁ କରୋନା: ଚିନ୍ତା ବ୍ୟକ୍ତ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Leave a Reply