କୋଭିଡ ପାଇଁ କେନ୍ଦ୍ରର ନିଷ୍ପତି, ବାତିଲ ହେଲା CBSE ବୋର୍ଡ ପରୀକ୍ଷା
1 min readନୂଆଦିଲ୍ଲୀ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ସିବିଏସଇ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି ଭାରତ ସରକାର । ଦଶମ ପରୀକ୍ଷା ବାତିଲ କରାଯାଇଥିବାବେଳେ ଦ୍ବାଦଶ ଶ୍ରେଣୀ ପାଇଁ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ସ୍ଥିତି ସୁଧୁରିବୀ ପରେ ଏନେଇ ନିଷ୍ପତି ନିଆଯିବ । ପରବର୍ତ୍ତୀ ସମୀକ୍ଷା ବୈଠକ ଆସନ୍ତା ଜୁନ ୧ ତାରିଖରେ ବସିବ । ତଦନୁଯାୟୀ ପରୀକ୍ଷା ହେବା ନେଇ କେନ୍ଦ୍ର ସରକାର ନିଷ୍ପତି ନେବେ ବୋଲି ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୱାଲ ନିଶଙ୍କ ।
2. The Board Exams for Class Xth to be held from 4th May to June 14th, 2021 are hereby cancelled. The results of Class Xth Board will be prepared on the basis of an objective criterion to be developed by the Board.
— Dr. Ramesh Pokhriyal Nishank ( Modi Ka Parivar) (@DrRPNishank) April 14, 2021
ଦେଶରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିବିଏସଇ ବୋର୍ଡ୍ ପରିକ୍ଷାକୁ ବାତିଲ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ଶିକ୍ଷା ମନ୍ତ୍ରୀଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଜୁନ ୧ ତାରିଖରେ ପୁନର୍ବାର ସମୀକ୍ଷା ବୈଠକ ବସିବ । ବୈଠକରେ ନିଷ୍ପତି ମୁତାବକ ପରୀକ୍ଷା ହେବା, ନହେବା ନେଇ ଜଣାଇ ଦିଆଯିବ ବୋଲି କୁହାଯାଇଛି । ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଯେବେ ମଧ୍ୟ ତାରିଖ ଘୋଷଣା କରାଯିବ ପରୀକ୍ଷାର ୧୫ ଦିନ ପୂର୍ବରୁ ଜଣାଇଦିଆଯିବ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ମେ ୪ତାରିଖରୁ ୧୪ ପର୍ଯ୍ୟନ୍ତ ସିବିଏସଇର ଦଶମ ଶ୍ରେଣୀ ପରିକ୍ଷା ହେବାର ଥିଲା । ପରିକ୍ଷା ନକରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲା । ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୱାଲ ନିଶଙ୍କଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା । ବୈଠକରେ ପରୀକ୍ଷା ନକରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ଦୈନିକ ଦେଢ ଲକ୍ଷ ପାର କରିଛି । ଯେଉଁଥିପାଇଁ ମଧ୍ୟପ୍ରଦେଶ ଭଳି ରାଜ୍ୟ ଦଶମ ଶ୍ରେଣୀ ପରିକ୍ଷାକୁ ବାତିଲ କରିଦେଇଥିଲା ।